Featuredଅନ୍ତର୍ଜାତୀୟଜୀବନଶୈଳୀ

ଅଷ୍ଟମଥର ପାଇଁ ପିତା ହେଲେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ପତ୍ନୀ କାରୀ ଗତ ସପ୍ତାହରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି।  ଇନଷ୍ଟାଗ୍ରାମ ପୋଷ୍ଟରେ କାରି ଏହି ସୂଚନା ଦେଇଛନ୍ତି। କାରିଙ୍କ ବୟସ ଏବେ ୩୫ ବର୍ଷ ହୋଇଥିବା ବେଳେ ବୋରିସ୍ ଜନସନଙ୍କୁ ୫୯ ବର୍ଷ ବୟସ। ଏହି ବୟସରେ ସେ ଅଷ୍ଟମ ଥର ପାଇଁ ପିତା ହୋଇଛନ୍ତି। କାରି ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ଜୁଲାଇ ୫ ତାରିଖ ସକାଳ ୯:୧୫ ରେ ଫ୍ରାଙ୍କ୍ ଅଲ୍‌ଫ୍ରର୍ଡ ଓଡିସିୟସ ଜନସନଙ୍କର ଏହି ଦୁନିଆକୁ ସ୍ୱାଗତ କରାଯାଇଛି। ୟୁନିଭରସିଟି କଲେଜ ଲଣ୍ଡନ ହସ୍ପିଟାଲ (UCLH)ର ଜାତୀୟ ସ୍ୱାସ୍ଥ୍ୟ ସେବା ଅଧୀନ ମାତୃତ୍ୱ ଟିମକୁ ଅନେକ ଧନ୍ୟବାଦ। ସେମାନେ ପ୍ରକୃତରେ ସବୁଠାରୁ ଭଲ ଯତ୍ନଶୀଳ ବ୍ୟକ୍ତି। ମୁଁ ଅତ୍ୟଧିକ କୃତଜ୍ଞ ଅନୁଭବ କରୁଛି।’

ଜନସନ ଏବଂ କାରି ମେ, ୨୦୨୧ ରେ ବିବାହ କରିଥିଲେ। ସେମାନଙ୍କର ପ୍ରଥମ ପୁଅ ୱିଲଫ୍ ଏପ୍ରିଲ୍ ୨୦୨୦ ରେ ଜନ୍ମଗ୍ରହଣ କରିଥିଲେ। ଝିଅ ରୋମି ଡିସେମ୍ବର ୨୦୨୧ରେ ଜନ୍ମଗ୍ରହଣ କରିଥିଲେ। ତିନି ମହିଳାଙ୍କ ମଧ୍ୟରୁ ବୋରିସ୍ ଜନସନଙ୍କ ଏହା ହେଉଛି ଅଷ୍ଟମ ସନ୍ତାନ। ଏହି ମହିଳାମାନଙ୍କ ମଧ୍ୟରେ ତାଙ୍କର ପୂର୍ବତନ ପତ୍ନୀ ମାରିନା ହ୍ୱିଲର୍ ମଧ୍ୟ ସାମିଲ ଅଛନ୍ତି। ସୂଚନା ଥାଉକି, ଜନସନ ଅକ୍ସଫୋର୍ଡ ୟୁନିଭରସିଟିର ବାଲିଅଲ କଲେଜରେ ଅଧ୍ୟୟନ କରିଥିଲେ। ହୋମର ଉପନ୍ୟାସ ଓଡିସିରେ ଓଡିସିୟସ ଏକ ପ୍ରସିଦ୍ଧ ଗ୍ରୀକ୍ ରାଜାଙ୍କ ନାମ। ଜନସନଙ୍କ ନବଜାତ ଶିଶୁର ନାମ ମଧ୍ୟ ଓଡିସିୟସ ଜନସନ ରଖାଯାଇଛି। ଏହା ହେଉଛି କାରି ଏବଂ ବୋରିସ୍ ଜନସନଙ୍କ ଦ୍ୱିତୀୟ ପୁତ୍ର।

 

Related Articles

Back to top button
WP Twitter Auto Publish Powered By : XYZScripts.com