ଭୁବନେଶ୍ୱର: ବଦଳିଲେ ରଘୁବର । ଓଡ଼ିଶା ପାଇବ ନୂଆ ରାଜ୍ୟପାଳ । ହରିବାବୁ କମ୍ଭମପତି ହେଲେ ଓଡ଼ିଶାର ରାଜ୍ୟପାଳ । କେ ହରି ବାବୁ ବର୍ତ୍ତମାନ ମିଜୋରାମର ରାଜ୍ୟପାଳ ଅଛନ୍ତି। ତାଙ୍କ ନିଯୁକ୍ତିକୁ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଓଡ଼ିଶାର ୨୬ତମ ରାଜ୍ୟପାଳ ଦାୟିତ୍ଵ ଗ୍ରହଣ କରିଥିଲେ। ଗତକାଲି ଓଡିଶାର ରାଜ୍ୟପାଳ ପଦବୀରୁ ଇସ୍ତଫା ଦେଇଛନ୍ତି ରଘୁବର ଦାସ । ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁଙ୍କ ପାଖକୁ ସେ ନିଜର ଇସ୍ତଫା ପତ୍ର ପଠାଇଛନ୍ତି । ତାଙ୍କ ଇସ୍ତଫା ପରେ ମିଜୋରାମ ପୂର୍ବତନ ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କୁ ଓଡିଶାର ରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଛି ।
ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ଏକ ଅପ୍ରତ୍ୟାଶିତ ଭାବେ ରାଜ୍ୟପାଳ ପଦରୁ ହଟାଇ ଦିଆଯାଇଛି। ତାଙ୍କୁ ଅନ୍ୟ କୌଣସି ସ୍ଥାନରେ ନିଯୁକ୍ତି ମିଳିନାହିଁ। ଜଣେ ଓଡ଼ିଆ ଏଏସଓଙ୍କ ପ୍ରତି ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାକୁ ନେଇ ରାଜ୍ୟର ବିଜେପି ସରକାରକୁ ମଧ୍ୟ ବଦନାମ ମୁଣ୍ଡାଇବାକୁ ପଡ଼ିଥିଲା।
ତେବେ ଇସ୍ତଫା ପରେ ରଘୁବର ପୁଣି ଥରେ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଜାରି ରହିଛି ।