ଭୁବନେଶ୍ୱର: ମୁମ୍ବାଇରୁ ରାଜଧାନୀରେ ପହଂଚିବ ଇଲେକ୍ଟି୍ରକ୍ ଡବଲ ଡେକର ବସ୍ । ଆଜି ଦୁଇଟି ଗାଡ଼ି ଆସିବାକୁ ଥିବା ବେଳେ ପରବର୍ତ୍ତୀ ସମୟରେ ଆଉ ୩ଟି ଗାଡ଼ି ଆସିବ । ଏନେଇ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର । ପ୍ରଥମେ ପ୍ରବାସୀ ଭାରତୀୟଙ୍କ ବ୍ୟବହାର ନିମନ୍ତେ ଏହାର ଉପଯୋଗ କରାଯିବ । ପରେ ସାଧାରଣ ଲୋକଙ୍କ ପାଇଁ ବ୍ୟବହାର ଲାଗି ଏହା ଚାଲିବ । ଆସନ୍ତା ୮ରୁ ୧୦ତାରିଖ ପର୍ୟ୍ୟନ୍ତ ୩ଦିନ ଧରି ଭୁବନେଶ୍ୱରର ଜନତା ମଇଦାନରେ ‘ପ୍ରବାସୀ ଭାରତୀୟ ଦିବସ’ ସମାରୋହ ପାଳିତ ହେବ । ଏହି ସମୟରେ ପ୍ରବାସୀ ଭାରତୀୟଙ୍କ ଉଦ୍ଦେଶ୍ୟରେ ଏହାକୁ ପ୍ରଥମେ ବ୍ୟବହାର କରାଯିବ । ତାହା ପୂର୍ବରୁ ରାଜଧାନୀର ରାଜରାସ୍ତାରେ ଟ୍ରାଏଲ ରନ୍ କରିବ ଡବଲ ଡେକର୍ ବସ୍ । ପରେ ସାଧାରଣ ଲୋକଙ୍କ ପାଇଁ ଏହା ବ୍ୟବହୃତ ହେବ ।
Related Articles
Check Also
Close