Featuredଜାତୀୟରାଜନୀତି

ଦିଲ୍ଲୀରେ ଲୋକଙ୍କୁ ଘର ଚାବି ବାଣ୍ଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ପୂର୍ବରୁ ବିଜେପିର ମାଷ୍ଟର ଷ୍ଟ୍ରୋକ୍ । ଲୋକଙ୍କୁ ଘର ଚାବି ବାଣ୍ଟିଲେ ପ୍ରଧାନମନ୍ତ୍ରୀ । ଦିଲ୍ଲୀବାସୀଙ୍କୁ ୪ହଜାର ୫ଶହ କୋଟିର ଯୋଜନା ଭେଟି ଦେଲେ ନରେନ୍ଦ୍ର ମୋଦି । ଏହି ଅର୍ଥରାଶି ବସ୍ତି ବାସିନ୍ଦାଙ୍କ ପାଇଁ ସହାୟ ହେବ ବୋଲି କହିଛନ୍ତି ମୋଦି । ଦିଲ୍ଲୀ ଅଶୋକ ବିହାରରେ ନିର୍ମାଣ ହୋଇଥିବା କ୍ବାର୍ଟରର ଚାବି ବାଣ୍ଟିଲେ ମୋଦି । ସହରୀ ପୁନଃ ବିକାଶ ପରିଯୋଜନାର ଉଦଘାଟନ କରିବା ସହ ଗରିବଙ୍କୁ ଘର ବାଣ୍ଟିଛନ୍ତି । ସେହିପରି ଭର୍ଚୁଆଲ ମୋଡ଼ରେ ଦ୍ବାରକା ଠାରେ ସିବିଏସଇର ନୂତନ କୋଠା ଲୋକାର୍ପଣ ଓ ନଗଫଗଡ଼ର ରୋଶନପୁରାରେ ବୀର ସାବରକର କଲେଜ ନିର୍ମାଣ ପାଇଁ ଶିଳାନ୍ୟାସ ସ୍ଥାପନ କରିଛନ୍ତି । ଏହା ପୂର୍ବରୁ ବସ୍ତିବାସିନ୍ଦାଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିବା ଦେଖିବାକୁ ମିଳିଛି ।

କୁହାଯାଉଛି ଯେ ଦିଲ୍ଲୀ ନିର୍ବାଚନ ପୂର୍ବରୁ ସବୁ ରାଜନୈତିକ ଦଳ ନିଜ ନିଜର ବ୍ରାହ୍ମାସ୍ତ୍ରକୁ ବ୍ୟବହାର କରୁଛନ୍ତି ଭୋଟ ବ୍ୟାଙ୍କକୁ ନିଜ ଅକ୍ତିଆରରେ ଆଣିବା ପାଇଁ । ସେପଟେ ଦିଲ୍ଲୀ ଗଦ୍ଦିରେ ୨୦୧୩ରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜୁତି ଚଳାଇ ଆସୁଥିବା ଆପ୍ ମଧ୍ୟ କୌଣସି କସରତରେ ପଛଘୁଂଚା ଦେଉନି । କେବଳ ସେତିକି ନୁହେଁ, ଶିଲା ଦିକ୍ଷୀତଙ୍କ ପରେ ପୁଣି ଜଣେ କଂଗ୍ରେସ ଦଳରୁ ଦିଲ୍ଲୀ ଆସନରେ ବିରାଜୁ ବୋଲି କଂଗ୍ରେସ ମଧ୍ୟ ନିଜର ସମସ୍ତ ଚେଷ୍ଟାରେ ବ୍ୟସ୍ତ ଅଛି । ଏବେ ସମୟ କହିବ କିଏ ମାରିବ ବାଜି ଏବଂ ଦିଲ୍ଲୀ ଆସନରେ ବସି କିଏ ହେବ ବାଜିଗର ।

Related Articles

Back to top button
WP Twitter Auto Publish Powered By : XYZScripts.com