ଅହମ୍ମଦାବାଦ: ଭାରତରେ ଡରାଉଛି ଚାଇନା ଭାଇରସ । ଏଚଏମପିଭି ଭୂତାଣୁକୁ ନେଇ ଏବେ ସାରା ଦେଶରେ ଭୟର ବାତାବରଣ । ଗୋଟିଏ ଦିନରେ ୩ ଜଣ ଆକ୍ରାନ୍ତ ହୋଇଛନ୍ତି । ବେଙ୍ଗାଲୁରୁରେ ଏକ ୮ ମାସର ଶିଶୁ ପାଖରେ ଏହି ଭାଇରସ ଚିହ୍ନଟ ହେବା ପରେ ଅହମ୍ମଦାବାଦରେ ମଧ୍ୟ ଜଣେ ଚିହ୍ନଟ ହୋଇଥିବା ସୂଚନା ସାମ୍ନାକୁ ଆସିଛି । ଗୁଜରାଟର ଅହମ୍ମଦାବାଦରେ ଜଣେ ଶିଶୁ ଏଚଏମପିଭି ଦ୍ଵାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଅହମ୍ମଦାବାଦରେ ଏକ ୨ ମାସର ଶିଶୁ ଶରୀରରେ ଏଚଏମପିଭି ଚିହ୍ନଟ ହୋଇଛି। ଏଥିସହ ଭାରତରେ ଏଚଏମପିଭି ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ପହଞ୍ଚିଛି। ଏକ ଘରୋଇ ହସ୍ପିଟାଲରେ ଶିଶୁଟିର ଚିକିତ୍ସା ଚାଲିଥିଲା। ସୂଚନାଯୋଗ୍ୟ, ଆଜି ପ୍ରଥମେ ବେଙ୍ଗାଲୁରୁର ବ୍ୟାପ୍ଟିଷ୍ଟ ହସ୍ପିଟାଲରେ ଏକ ୮ ମାସର ଶିଶୁପୁତ୍ର ଏବଂ ଏକ ୩ ମାସର ଶିଶୁ କନ୍ୟା ଏଚଏମପିଭି ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା।
Related Articles
Check Also
Close
-
ସହିଦ ଭଗତ୍ ସିଂଙ୍କ ନାମରେ ନାମିତ ହେବ ଚଣ୍ଡିଗଡ ଏୟାରପୋର୍ଟSeptember 25, 2022