Featuredଜାତୀୟସ୍ୱାସ୍ଥ୍ୟ

ଭାରତରେ ଏଚଏମପିଭି ଭୂତାଣୁ, ୮ ମାସର ଶିଶୁ ଦେହରେ ସଂକ୍ରମଣ

ବେଙ୍ଗାଲୁରୁ: ଭାରତରେ ଏଚଏମପିଭି ଭୂତାଣୁ । ଚୀନ ପରେ ଏବେ ଭାରତରେ ଏହି ଭାଇରସକୁ ନେଇ ଦେଖା ଦେଲାଣି ଡର । ବେଙ୍ଗାଲୁରୁରେ ପ୍ରଥମ ସଂକ୍ରମଣ ଦେଖାଦେଇଛି । ଏହି ଭୂତାଣୁ ଏକ ୮ ମାସର ଶିଶୁ ପାଖରେ ପରିଲକ୍ଷିତ ହୋଇଛି । ଭାରତର ଏହା ପ୍ରଥମ କେସ ଥିବା ବେଳେ ସାରା ଭାରତରେ ଲୋକଙ୍କ ମଧ୍ୟରେ ଡର ଦେଖିବାକୁ ମିଳିଛି । ସେପଟେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ନ ଡରି ଏହାକୁ ସଫଳ ମୁକାବିଲା କରିବା ପାଇଁ କହିଛନ୍ତି । ଚୀନରେ ଏହା ଏକ ସାଧାରଣ କଥା ଏବଂ ସ୍ୱାସ୍ଥ୍ୟ ବିଭାଗ ଏଥି ପାଇଁ ସଜାଗ ଓ ପ୍ରସ୍ତୁତ ଅଛି ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ ।

Related Articles

Back to top button
WP Twitter Auto Publish Powered By : XYZScripts.com