ଭୁବନେଶ୍ୱର: ରାଜଧାନୀର ଚାଞ୍ଚଲ୍ୟକର ସହଦେବ ନାୟକ ହତ୍ୟାକାଣ୍ଡରେ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି କମିଶନରେଟ ପୁଲିସ । କିନ୍ତୁ ଏତିକିରେ ମଧ୍ୟ ଥମିନି ଜନତାଙ୍କ ରାଗ । ଶିଶୁଭବନ ଛକରେ ଏକାଠି ହୋଇଛନ୍ତି ସଫେଇ କର୍ମଚାରୀ ସଂଘ । ସହଦେବ ନାୟକ ହତ୍ୟାରେ ଯେଉଁ ମାନେ ସଂପୃକ୍ତ ତାଙ୍କୁ ଗିରଫ ସହ ଯେଉଁ ମାନେ ଧରା ହେଇଛନ୍ତି ତାଙ୍କୁ ଆଜୀବନ ଜେଲ ନହେଲେ ଫାଶୀ ଦାବି କରି ୧୦୦୦ ରୁ ଉର୍ଦ୍ଧ ସଫେଇ କର୍ମଚାରୀ ଧାରଣାରେ । ସବୁ ୱାର୍ଡରେ ସଫେଇ କାମ ବନ୍ଦ ଅଛି । ଯେ ପର୍ୟ୍ୟନ୍ତ ଦାବି ପୂରଣ ନ ହୋଇଛି ଧରଣରୁ ଉଠିବେନି ସଫେଇ କର୍ମଚାରୀ ସଂଘ ।
Related Articles
Check Also
Close