ତାମିଲନାଡ଼ୁ: ଅଡ଼ୁଆରେ ଅଶ୍ୱିନ । ଭାଷାକୁ ନେଇ ବିତର୍କର ସାମ୍ନା କରବାକୁ ପଡିଛି ଭାରତୀୟ କି୍ରକେଟର ରବିଚନ୍ଦ୍ରନ ଅଶ୍ୱିନଙ୍କୁ । ଶୁକ୍ରବାର ଅଶ୍ୱିନ ଦେଇଥିବା ବୟାନ ନୂଆ ବିତର୍କ ସୃଷ୍ଟି କରିଛି। ତାମିଲନାଡ଼ୁର ଏକ ଘରୋଇ କଲେଜ କାର୍ୟ୍ୟକ୍ରମରେ ସାମିଲ୍ ହୋଇଥିଲେ । ଏହି ସମୟରେ ସେ ‘ହିନ୍ଦୀ’ ଭାଷାକୁ ନେଇ ନିଜର ମତପୋଷଣ ରଖିଛନ୍ତି। ସେ କହିଥିଲେ, “ଇଂରାଜୀ ଶିକ୍ଷାର୍ଥୀମାନେ ଏଠାରେ ରହିଛନ୍ତି । ଏହାକୁ ମୋତେ ନିଶ୍ଚିତ କରନ୍ତୁ ।” ସେ ଛାତ୍ରଛାତ୍ରୀମାନଙ୍କୁ ବଡ଼ ଚିୟର କରିବାକୁ କହିଥିଲେ । ତାମିଲ୍ କଥା କହିବାକୁ ପିଲାମାନେ ପୁଣି ଥରେ ନାରା ଦେଇଥିଲେ। ଅଶ୍ୱିନ ହିନ୍ଦୀ ଭାଷା କଥା ପଚାରିବାରୁ ପୂରା ପରିବେଶ ଶାନ୍ତ ପଡ଼ି ଯାଇଥିଲା। ଏହାପରେ ଅଶ୍ୱିନ କହିଥିଲେ, “ମୁଁ ଭାବୁଛି ମୋର ଏକଥା କହିବା ଠିକ୍ ହେବ। ହିନ୍ଦୀ ଆମର ରାଷ୍ଟ୍ରୀୟ ଭାଷା ନୁହେଁ। ଏହା ଏକ ଅଫିସିଆଲ ଲାଙ୍ଗୁଏଜ୍ ।” ଏହି ବୟାନକୁ ନେଇ ଏବେ ବିତର୍କ ଆରମ୍ଭ ହୋଇଛି ।
Related Articles
Check Also
Close