ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେବ ବଜେଟ ଅଧିବେସନ । ଉଠିବ ପଡିବ ସଂସଦର ଗୃହ । ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତ ବିରୋଧୀ । ସଂସଦ ଆରମ୍ଭରୁ ମହାମହିମ ରାଷ୍ଟ୍ରପତି ଉଭୟ ଗୃହକୁ ସମ୍ବୋଧନ କରିବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୂର୍ବାହ୍ନ ୧୧ଟାରେ ଲୋକ ସଭା ଓ ରାଜ୍ୟ ସଭାର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ। ବଜେଟ ଅଧିବେଶନ ଜାନୁଆରୀ ୩୧ରୁ ଏପ୍ରିଲ ୪ ମଧ୍ୟରେ ଦୁଇଟି ପର୍ୟ୍ୟାୟରେ ହେବ। ଅଧିବେଶନର ପ୍ରଥମ ଭାଗ ଫେବୃଆରୀ ୧୩ରେ ଶେଷ ହେବାକୁ ଥିବାବେଳେ ଦ୍ୱିତୀୟ ପର୍ୟ୍ୟାୟ ମାର୍ଚ୍ଚ ୧୦ରେ ଆରମ୍ଭ ହେବ। ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ କେନ୍ଦ୍ର ସରକାର ଗୁରୁବାର ସର୍ବଦଳୀୟ ବୈଠକ ଡାକି ବିରୋଧୀଙ୍କ ସହଯୋଗ ଲୋଡ଼ିଛନ୍ତି।
Related Articles
Check Also
Close
-
କେନ୍ଦ୍ର କ୍ୟାବିନେଟରେ କୃଷକଙ୍କ ପାଇଁ 7ଟି ଯୋଜନାକୁ ଅନୁମୋଦନ: ଅଶ୍ୱନୀ ବୈଷ୍ଣବSeptember 3, 2024