ନୂଆଦିଲ୍ଲୀ: ଆଜି ଚାଲିଛି ଦିଲ୍ଲୀ ଲଢେଇ । କଂଗ୍ରେସ, ବିଜେପି ଓ ଆପ; ତିନି ପ୍ରମୁଖ ଦଳ ଭିତରେ ଚାଲିଛି ରେସ । କିଏ ଜିତିବ ଲୋକଙ୍କ ଭରସା? କାହାର ହେବ ପଲ୍ଲା ଭାରି । ଆଜି ଦିଲ୍ଲୀ ଲଢେଇରେ ଭୋଟ ଦେଉଛନ୍ତି ଦିଲ୍ଲୀବାସୀ । ୧୦ ବର୍ଷର ଆପର ଶାସନ ପରେ ଏବେ ସମୀକରଣ କହୁଛି ଯେ ପରିବର୍ତ୍ତନ ଚାହୁଁଛନ୍ତି ଦିଲ୍ଲୀବାସୀ । ଦିଲ୍ଲୀର ୧ କୋଟି ୫୬ ଲକ୍ଷ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ସ୍ବଛ ଓ ଅବାଧ ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି ହୋଇଛି । କିପରି ବହୁ ସଂଖ୍ୟାରେ ଭୋଟର ଗଣତନ୍ତ୍ରର ମହାପର୍ବରେ ସାମିଲ ହେବେ ଓ ଉତ୍ସାହର ସହ ମତାଧିକାର ସାବ୍ୟସ୍ତ କରିବେ ତାହା ଉପରେ ଗୁରୁତ୍ବ ଦେଇଛନ୍ତି ନିର୍ବାଚନ କମିଶନ । ୭୦ଟି ଆସନରେ ଆଜି ସଂଧ୍ୟା ୬ଟା ପର୍ୟ୍ୟନ୍ତ ଭୋଟ୍ ଗ୍ରହଣ ହେବ । ନିର୍ବାଚନ ପାଇଁ ଆଜିର ଦିନକୁ ସାର୍ବଜନୀନ ଛୁଟି ଘୋଷଣା କରିଛନ୍ତି ଦିଲ୍ଲୀ ସରକାର । ବନ୍ଦ ରହିଛି ସମସ୍ତ ସରକାରୀ ଓ ବେସରକାରୀ କାର୍ୟ୍ୟାଳୟ । ଆଜିର ଭୋଟ ଆପ ପାଇଁ ଅଗ୍ନିପରୀକ୍ଷା ହୋଇଥିବାବେଳେ ଆଗାମୀ ୫ ବର୍ଷ ପାଇଁ ବିଜେପି ଓ କଂଗ୍ରସର ଭାଗ୍ୟ ନିର୍ଦ୍ଧାରଣ କରିବ ।
Related Articles
Check Also
Close
-
ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଶୀର୍ବାଦ ନେବେ ବର୍ଷା ସିଂ ବରିହାDecember 9, 2022