ଅନ୍ତର୍ଜାତୀୟକ୍ରୀଡ଼ାଜାତୀୟ

ଅଷ୍ଟ୍ରେଲିଆକୁ ଲାଗିଲା ବଡ ଝଟକା !

ଆସନ୍ତା ୧୯ ଫେବୃଆରୀରୁ ଆରମ୍ଭ ହେବାକୁ ଯାଉଛି ଚାମ୍ପିୟନ୍ସ ଟ୍ରଫି । ଏହା ପୂର୍ବରୁ ଅଷ୍ଟ୍ରେଲିଆ ଦଳକୁ ଲାଗିଛି ବଡ ଝଟକା। ଆଇସିସି ଟୁର୍ନାମେଣ୍ଟରେ ଅଷ୍ଟ୍ରେଲିଆ ପକ୍ଷରୁ ଖେଳିବାକୁ ଯାଉଥିଲେ ଷ୍ଟାର ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ। ହେଲେ ତା’ ପୂର୍ବରୁ ସେ ODI କ୍ରିକେଟରୁ ଅବସର ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଏମିତିରେ ଅଷ୍ଟ୍ରେଲିୟ ଅଲରାଉଣ୍ଡରଙ୍କ ଏହି ବଡ଼ ନିଷ୍ପତ୍ତି ପଛରେ କ’ଣ କାରଣ ଥିଲା ସେନେଇ ଏବେବି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ODI କ୍ରିକେଟରୁ ଅବସର ଘୋଷଣା କରିବା ସମୟରେ, ଷ୍ଟୋଇନିସ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଖେଳିବା ନେଇ ତାଙ୍କର ସ୍ଥିତି ସ୍ପଷ୍ଟ କରିଛନ୍ତି।

ସେ କହିଛନ୍ତି ଯେ ସେ ଟି-୨୦ ମ୍ୟାଚ୍‌ ପାଇଁ ଉପଲବ୍ଧ ରହିବେ। ODIରୁ ଅବସର ଘୋଷଣା କରି ମାର୍କସ ଷ୍ଟୋଇନିସ କହିଛନ୍ତି, ‘ଏହା ଏକ ସହଜ ନିଷ୍ପତ୍ତି ନ ଥିଲା। କିନ୍ତୁ ମୁଁ ଅନୁଭବ କଲି ଯେ ଏହା ମୋ ପାଇଁ ODI କ୍ରିକେଟରୁ ଦୂରେଇ ଯିବା ଏବଂ ମୋ କ୍ୟାରିୟରରେ କିଛି ନୂଆ କରିବା ପାଇଁ ସଠିକ ସମୟ। ଏବେ ତାଙ୍କର ଧ୍ୟାନ କେବଳ କ୍ରିକେଟର ସବୁଠାରୁ ଛୋଟ ଫର୍ମାଟ ଉପରେ ରହିବ।’ ମାର୍କସ ଷ୍ଟୋଇନିସଙ୍କ ଅବସର ନିଷ୍ପତ୍ତି ଅଷ୍ଟ୍ରେଲିଆର ଚାମ୍ପିଅନ୍ସ ଟ୍ରଫି ଆଶାକୁ ପ୍ରଭାବିତ କରିଛି। ଅଷ୍ଟ୍ରେଲିଆ ଦଳ ପୂର୍ବରୁ ମିଚେଲ ମାର୍ଶ ଏବଂ ପ୍ୟାଟ କମିନ୍ସଙ୍କ ଭଳି ଦୁଇ ବଡ଼ ଖେଳାଳିଙ୍କ ବାହାର ହେବାର ଅସୁବିଧାର ସମ୍ମୁଖୀନ ହେଉଥିଲା। ଏପରି ପରିସ୍ଥିତିରେ, ଷ୍ଟୋଇନିସ୍‌ଙ୍କ ଅବସର ଦଳ ପାଇଁ ଅଧିକ ସମସ୍ୟା ସୃଷ୍ଟି କରିଛି।

 

 

 

Related Articles

Back to top button
WP Twitter Auto Publish Powered By : XYZScripts.com