Breaking Newsଓଡ଼ିଶାସ୍ୱାସ୍ଥ୍ୟ

ମାର୍ଚ୍ଚ ମାସରେ ମିଳିପାରେ ଆୟୁଷ୍ମାନ କାର୍ଡ !

ଭୁବନେଶ୍ୱର : ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ଆୟୁଷ୍ମାନ ଯୋଜନା । ତେବେ କେବେଠାରୁ ରାଜ୍ୟରେ ଲୋକଙ୍କୁ ଆୟୁଷ୍ମାନ କାର୍ଡ ମିଳିବ ସେନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ କହିଛନ୍ତି ଆସନ୍ତା ମାର୍ଚ୍ଚ ମାସ ଶେଷ ବେଳକୁ ମିଳିପାରେ ଆୟୁଷ୍ମାନ କାର୍ଡ । ବର୍ତ୍ତମାନ କାର୍ଡ ପ୍ରିଣ୍ଟ ସହ ଆଇଟି ସଂଯୋଗୀକରଣ ଚାଲିଛି। ମାର୍ଚ୍ଚ ମାସ ଶେଷ ବେଳକୁ ଆୟୁଷ୍ମାନ କାର୍ଡ ମିଳିପାରେ। ପ୍ରାଥମିକ ଭାବରେ ସାଢ଼େ ୩ କୋଟି ଲୋକଙ୍କୁ ମିଳିବ ଆୟୁଷ୍ମାନ କାର୍ଡ। ଆୟୁଷ୍ମାନ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ଗୋଟିଏ କାର୍ଡ ମିଳିବ।

ତେବେ ଓଡ଼ିଶାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ ପାଇଁ ଗତ ମାସ ୧୩ ତାରିଖରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣା ସ୍ୱାକ୍ଷର ହୋଇଥିଲା। ଏହି ଯୋଜନା ଲାଗୁ ହେଲେ ରାଜ୍ୟର ୧.୩ କୋଟି ପରିବାରର ସାଢ଼େ ୩ କୋଟି ଲୋକ ତଥା ୨୩ ଲକ୍ଷରୁ ଅଧିକ ୭୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ଚିକିତ୍ସା ଉପକୃତ ହେବେ । ଆୟୁଷ୍ମାନ ଭାରତ ଯୋଜନାରେ ପ୍ରତିବର୍ଷ ହିତାଧିକାରୀଙ୍କୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାରୀ ଓ ବେସରକାରୀ ହସ୍ପିଟାଲ୍‌ରେ ଚିକିତ୍ସା ମିଳିପାରିବ। ଏଥିରେ କ୍ୟାସ୍‌ଲେସ୍‌ ବ୍ୟବସ୍ଥା ରହିଛି । ଯୋଜନା ଜରିଆରେ ଦେଶର ୫୫କୋଟି ହିତାଧିକାରୀ ଉପକୃତ ହେବେ।

 

 

Related Articles

Back to top button
WP Twitter Auto Publish Powered By : XYZScripts.com