Breaking Newsଓଡ଼ିଶାକ୍ରୀଡ଼ା

କ୍ରିକେଟ କଳା ବେପାରୀଙ୍କୁ ଗିରଫ କଲା ପୋଲିସ

କଟକ : ଆସନ୍ତା ଫେବୃଆରୀ ୯ ତାରିଖରେ ବାରବାଟୀରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ ଅନୁଷ୍ଠିତ ହେବ । ଦୀର୍ଘ ପାଞ୍ଚ ବର୍ଷ ପରେ ବାରବାଟୀକୁ କ୍ରିକେଟ ମ୍ୟାଚ ଫେରିଥିବାରୁ କ୍ରିକେଟ ପ୍ରେମୀଙ୍କ ମନରେ ଉତ୍କଣ୍ଠା ଭରିଯାଇଛି। କିନ୍ତୁ ଏହାରି ଭିତରେ ବର୍ତ୍ତମାନ ୭ ଜଣଙ୍କୁ ଟିକେଟ କଳାବଜାର ସନ୍ଦେହରେ ଗିରଫ ରଖିଛି ପୋଲିସ। କ୍ୟାଣ୍ଟନମେଣ୍ଟ ପୋଲିସ ପ୍ରଥମେ ୪ ଜଣଙ୍କୁ ଅଟକ ରଖିଥିଲା। ୧୧ ଶହ ଟଙ୍କିଆ ଟିକେଟକୁ ୭ ହଜାର ଟଙ୍କାରେ ବିକ୍ରି କରିବା ସମୟରେ ସେମାନଙ୍କୁ ଗିରଫ କରାଯାଇଥିଲା। ସମୁଦାୟ ୪ ମାମଲାରେ ଏହି ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଛି। ଏମାନଙ୍କ ନିକଟରୁ ୨୫ ଟିକେଟ ସହିତ ପାଖାପାଖି ୩୦ ହଜାର ଟଙ୍କା ଜବତ କରାଯାଇଛି। ବାରବାଟୀ ଦିନିକିଆରେ ଚଳିତ ବର୍ଷ ଟିକେଟ ପାଇଁ ଅନେକ ଅବ୍ୟବସ୍ଥା ସାମନାକୁ ଆସିଛି । ମାତ୍ର ୧୫ ହଜାର ୮୦ଟି ଟିକେଟ ବିକ୍ରି ହୋଇଥିବା ବେଳେ ୩୦ ହଜାର ପାଖାପାଖି ପାସ୍ ବଣ୍ଟା ଯାଇଛି । ଫଳରେ ଅନେକ କ୍ରିକେଟ ପ୍ରେମୀଙ୍କୁ ନିରାଶ ହେବାକୁ ପଡିଛି । ଅନେକ କ୍ରୀଡାପ୍ରେମୀ ନିରାଶ ହୋଇଥିବା ବେଳେ ସୁଯୋଗର ଫାଇଦା ଉଠାଇବାକୁ ଚେଷ୍ଟା କରିଥିଲେ ଟିକେଟ କଳାବଜାରୀ।

ଅନ୍ୟପଟେ ପ୍ରଥମଦିନ ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ ହେଉ ହେଉ ଶେଷ ହୋଇଗଲା। ୱେବସାଇଟ୍ ଖୋଲିବା କ୍ଷଣି ଜାମ୍ । ଲଗଇନ୍ କରୁ କରୁ ଦେଖାଗଲା ହଜାର ହଜାର ୱେଟିଂ । ସେହିପରି ଅଫଲାଇନ ଟିକେଟ ପାଇଁ ୨ ଦିନର ସମୟ ରହିଥିବା ୧୧ ହଜାର ୮୦ ଟିକେଟ ଦିନକରେ ଶେଷ ହୋଇଗଲା। ପ୍ରଥମେ ଏକ ନମ୍ବର କାଉଣ୍ଟରରେ ଟିକେଟ୍ ବିକ୍ରି ଶେଷ ହୋଇଥିଲା। ଏହାପରେ ବାକି ସମସ୍ତ ଗ୍ୟାଲେରୀ ଟିକେଟ୍‌ ମଧ୍ୟ ଶେଷ ହୋଇଥିଲା । ପ୍ରଥମ ଦିନରେ ଟିକେଟ ବିକ୍ରି ସରିଯିବା ପରେ ଏହା ପରଦିନ ଆଉ କାଉଣ୍ଟର ଖୋଲିନଥିଲା ।

 

Related Articles

Back to top button
WP Twitter Auto Publish Powered By : XYZScripts.com