Breaking Newsଐତିହ୍ୟ ଓ ସଂସ୍କୃତିଓଡ଼ିଶା

ଜାତୀୟ ମାନ୍ୟତା ପାଇଲା କଟକ ବାଲିଯାତ୍ରା

ଭୁବନେଶ୍ୱର : ରାଜ୍ୟ ପାଇଁ ଆସିଲା ଏକ ଖୁସି ଖବର । ଐତିହାସିକ କଟକ ବାଲିଯାତ୍ରା ପାଇଲା ଜାତୀୟ ମାନ୍ୟତା। ଏ ସମ୍ପର୍କରେ ରାଜ୍ୟସଭାରେ ଲିଖିତ ଉତ୍ତରରେ ଅବଗତ କରିଥିଲେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ । ପୂର୍ବରୁ ଅନେକ ଥର ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦେବାକୁ ରାଜ୍ୟ ସରକାର ଦାବି କରି ଆସୁଥିଲେ । ଗତ ମଙ୍ଗଳବାର ରାଜ୍ୟସଭାରେ ମଧ୍ୟ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ କଟକ ବାଲିଯାତ୍ରାକୁ ଜାତୀୟ ଉତ୍ସବ ମାନ୍ୟତା ଦେବାକୁ ଗୃହରେ ଦାବି କରିଥିଲେ । ଆଉ ଶେଷରେ କଟକ ବାଲିଯାତ୍ରାକୁ ମିଳିଛି ଜାତୀୟ ମାନ୍ୟତା ।

ଦେଖିବାକୁ ଗଲେ ଏସିଆ ମହାଦେଶର ସବୁଠାରୁ ବଡ଼ ମୁକ୍ତାକାଶ ବାଣିଜିକ୍ୟ ମେଳା ଭାବରେ ପରିଚୟ ଦେଇଥାଏ କଟକର ଐତିହାସିକ ବାଲିଯାତ୍ରା । ଯାହା ପ୍ରାଚୀନକାଳରେ ଓଡ଼ିଶାର ନୌବାଣିଜ୍ୟ ପରମ୍ପରା ଓ ଦକ୍ଷିଣପୂର୍ବ ଏସିଆର ବିଭିନ୍ନ ରାଷ୍ଟ୍ର ସହ ଏହାର ନୌବାଣିଜ୍ୟ ସମ୍ପର୍କକୁ ଦର୍ଶାଇଥାଏ । ପ୍ରତିବର୍ଷ କଟକର ବାଲିଯାତ୍ରା ପଡିଆରେ ଅନୁଷ୍ଠିତ ହୋଇଥାଏ ଏହି ଐତିହାସିକ ବାଲିଯାତ୍ରା । କୁମାର ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇ ପ୍ରାୟ ଦୀର୍ଘ ଏକ ସପ୍ତାହ ପର୍ଯ୍ୟନ୍ତ ଚାଲିଥାଏ ଏହି ଐତିହାସିକ ବାଲିଯାତ୍ରା ।

 

 

 

 

 

Related Articles

Back to top button
WP Twitter Auto Publish Powered By : XYZScripts.com