Breaking Newsଐତିହ୍ୟ ଓ ସଂସ୍କୃତିଜାତୀୟ
କୁମ୍ଭମେଳାରେ ଅଗ୍ନିକାଣ୍ଡ
ଉତ୍ତରପ୍ରଦେଶ : ପୁଣି ପ୍ରୟାଗରାଜ କୁମ୍ଭମେଳାରେ ବଡ ଧରଣର ଅଘଟଣ । ସେକ୍ଟର -୧୮ ଟେଣ୍ଟରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ନିଆଁ ଲିଭାଇବା ପାଇଁ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବାହିନୀଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି । ସେକ୍ଟର -୧୯ ଟେଣ୍ଟରେ ନିଆଁ ଲାଗିବା ପରେ ଆତଙ୍କିତ ହୋଇପଡିଛନ୍ତି ଶ୍ରଦ୍ଧାଳୁ ମାନେ। ବାରମ୍ବାର କୁମ୍ଭମେଳାରେ ଏଭଳି ଅଘଟଣ ଘଟିବା ଏବେ ପୁଣିଥରେ ଉତ୍ତରପ୍ରଦେଶର ଯୋଗୀ ସରକାରଙ୍କ ଅବ୍ୟବସ୍ଥାକୁ ପଦାରେ ପକାଇଛି । ପୂର୍ବରୁ ମଧ୍ୟ ମୌନି ଅମାବାସ୍ୟାରେ ତ୍ରିବେଣୀ ସଙ୍ଗମରେ ଲକ୍ଷାଧିକ ଭକ୍ତଙ୍କର ଭିଡ଼ ଯୋଗୁଁ ଅନେକ ଲୋକଙ୍କର ମୃତ୍ୟୁ ଘଟିଥିଲା।