![](https://i0.wp.com/odia.mobilenews24x7.com/wp-content/uploads/2025/02/Virat-Kohli-India-celebrates-50th-century-Cricket-November-15-2023.webp?resize=780%2C470&ssl=1)
କଟକ : ଗତକାଲି ଠାରୁ ଭାରତ-ଇଂଲଣ୍ଡ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ନାଗପୁରରେ ଖେଳାଯାଇଥିଲା । ଏହି ମ୍ୟାଚ୍ରେ କିଙ୍ଗ କୋହଲିଙ୍କୁ ଦେଖିବାକୁ ମିଳିନଥିଲା । ଆହତ ହେବା ଯୋଗୁ ପ୍ରଥମ ମ୍ୟାଚ୍ ଖେଳିନଥିଲେ କୋହଲି । ତେବେ ଏହାକୁ ନେଇ ଏବେ ଆଶା ଆଶଙ୍କାରେ ପଡ଼ିଛନ୍ତି ଓଡ଼ିଶାରେ ଥିବା ବିରାଟ ଫ୍ୟାନ । କାରଣ ଆଉ ଦୁଇ ଦିନ ପରେ ଦ୍ୱିତୀୟ ଦିନିକିଆ, ବାରବାଟୀ ଷ୍ଟାଡିୟମ୍ରେ ଖେଳାଯିବ।
କିନ୍ତୁ ବାରବାଟୀରେ କୋହଲି ଖେଳିବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ଯଦି ନଖେଳନ୍ତି ତେବେ ପ୍ରାୟ ୪ବର୍ଷ ପରେ କିଙ୍ଗ୍ କୋହଲିଙ୍କ ଖେଳ ଲାଇଭ୍ ଦେଖିବାକୁ ସୁଯୋଗ ହାତଛଡ଼ା କରିବେ ପ୍ରଶଂସକ । କାରଣ ଚାମ୍ପିଅନ୍ସ ଟ୍ରଫି ପରେ କୋହଲି ଦିନିକିଆରୁ ଅବସର ନେବାର ଆଶଙ୍କା ରହିଛି । ତେଣୁ ବାରବାଟୀ ଷ୍ଟାଡିୟମ୍ରେ ଏହା ତାଙ୍କର ଶେଷ ମ୍ୟାଚ ବୋଲି ଅନୁମାନ କରାଯାଉଛି ।
ବାରବାଟୀରେ ଶେଷଥର ପାଇଁ ୨୦୧୯ ଡିସେମ୍ବର ୨୨ ତାରିଖରେ କୋହଲିଙ୍କୁ ଦେଖିବାକୁ ମିଳିଥିଲା । ଏହି ମ୍ୟାଚ୍ରେ ସେ ଦଳର ଅଧିନାୟକ ଥିଲେ । ୱେଷ୍ଟଇଣ୍ଡିଜ୍ ବିପକ୍ଷ ଏହି ମ୍ୟାଚରେ କୋହଲି ଦଳ ପାଇଁ ସର୍ବାଧିକ ୮୫ରନ୍ର ପାଳି ଖେଳିଥିଲେ । ଭାରତ ୪ୱିକେଟରେ ମ୍ୟାଚ ଜିତିଥିଲା ।