Breaking Newsଓଡ଼ିଶା

ଆଉ ବଢିବନି ରାସନ କାର୍ଡର E-KYC ଅବଧି

ଭୁବନେଶ୍ୱର: ରାସନ କାର୍ଡ E-KYC ନେଇ ଯୋଗାଣମନ୍ତ୍ରୀଙ୍କ ବଡ଼ ବୟାନ । ଆସନ୍ତା ଫେବୃଆରୀ ୧୫ ତାରିଖରେ ସରିବ ରାସନ କାର୍ଡ E-KYC ର ଅବଧି । ଏହାପରେ ଆଉ ବଢ଼ିବନି E-KYC କରିବାର ଅବଧି । ବର୍ତ୍ତମାନ ସୁଦ୍ଧା ୩୭ ଲକ୍ଷ ୮୫ ହଜାର ୪୯୬ ଜଣ ଲୋକ ଏପର୍ଯ୍ୟନ୍ତ E-KYC କରିନାହାନ୍ତି । ୬ ଦିନ ଭିତରେ ହିତାଧିକାରୀଙ୍କୁ E-KYC କରିବାକୁ ପୁଣିଥରେ ଅପିଲ କରିଛନ୍ତି ଯୋଗାଣ ମନ୍ତ୍ରୀ । ୧୫ ତାରିଖ ପରେ ଆଉ E-KYC ଅବଧି ବଢ଼ାଇବେ ନାହିଁ ରାଜ୍ୟ ସରକାର । ଯେଉଁମାନେ E-KYC ନ କରିବେ ସେମାନଙ୍କର କାର୍ଡ ଗୁଡ଼ିକୁ କାଟି ଦିଆଯିବ । ତଥାପି ଯଦି ଅଯୋଗ୍ୟ ମାନେ କାର୍ଡ ନଫେରାଇଲେ ସରକାର ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।

 

 

 

Related Articles

Back to top button
WP Twitter Auto Publish Powered By : XYZScripts.com