Breaking Newsଜାତୀୟ

ନିପାତ ହେଲେ ୩୧ ମାଓବାଦୀ

ପୁଣି ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାକର୍ମୀ ଏବଂ ମାଓବାଦୀ । ଛତିଶଗଡ଼ରେ ଘଟିଛି ବଡ଼ ଧରଣର ନକ୍ସଲ ଅପରେସନ୍‌। ଏଥିରେ ୩୧ ଜଣ ନକ୍ସଲ ନିହତ ହୋଇଛନ୍ତି। ସେହିପରି ଏହି ଏନକାଉଣ୍ଟର ବେଳେ ଦୁଇ ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । ସହିଦ ହୋଇଥିବା ଦୁଇ ଯବାନଙ୍କ ମଧ୍ୟରୁ ଜଣେ ଛତିଶଗଡ଼ ପୁଲିସର ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (DRV)ର ହୋଇଥିବା ବେଳେ ଅନ୍ୟ ଜଣେ ସ୍ପେଶାଲ ଟାସ୍କ ଫୋର୍ସର ବୋଲି ଜଣାପଡ଼ିଛି। ସେପଟେ ଏନକାଉଣ୍ଟରରେ ଆହତ ହୋଇଥିବା ଯବାନମାନେ ଏବେ ବିପଦମୁକ୍ତ ଅଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନରେ ହୋଇଥିଲା ଏହି ଏନ୍‌କାଉଣ୍ଟର।

ବସ୍ତର ଆଇଜି ପି ସୁନ୍ଦରରାଜ କହିଛନ୍ତି, ଗୁଳିବିନିମୟରେ ମୋଟ ୩୧ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଏବେ ବି ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ମୃତ୍ୟୁ ବରଣ କରିଥିବା ସମସ୍ତ ମାଓବାଦୀ ମାନଙ୍କର ମୃତଦେହକୁ ଜବତ କରାଯାଇଛି। ବର୍ତ୍ତମାନ ଆମ ଟିମ ସେମାନଙ୍କୁ ଚିହ୍ନଟ କରିବାକୁ ପ୍ରୟାସ କରିବ। ଏହାଛଡା ଏକନ୍‌କାଉଣ୍ଟର ସ୍ଥଳରୁ ବହୁ ସଂଖ୍ୟାରେ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରାଯାଇଛି ବୋଲି ଅନ୍ୟ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଜବତ ଅସ୍ତ୍ରଶସ୍ତ୍ର ମଧ୍ୟରେ ରହିଛି ବହୁ ମାତ୍ରାରେ ଏକେ-୪୭, ଏସ୍‌ଏଲ୍‌ଆର, ଇନ୍‌ସାସ୍ ରାଇଫଲ, .୩୦୩ ଓ ବିଜିଏଲ୍‌ ଲଞ୍ଚର ରହିଛି।

 

 

 

 

Related Articles

Back to top button
WP Twitter Auto Publish Powered By : XYZScripts.com