Breaking Newsଓଡ଼ିଶାକ୍ରୀଡ଼ା

୩୦୫ ରନ୍ ର ଟାର୍ଗେଟ ଦେଲା ଇଂଲଣ୍ଡ

କଟକ: ବାରବାଟୀରେ ଭାରତ – ଇଂଲଣ୍ଡ ମଧ୍ୟରେ ହାଇ ଭୋଲଟେଜ୍ ଟକ୍କର ଦେଖିବାକୁ ମିଳିଛି । ଦ୍ଵିତୀୟ ଦିନିକିଆରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ, ଭାରତକୁ ଦେଇଛି ୩୦୫ ରନ୍‌ର ବିଜୟ ଲକ୍ଷ୍ୟ । ୪୯.୫ ଓଭରରେ ଇଂଲଣ୍ଡ ସମସ୍ତ ୱିକେଟ୍ ହରାଇ ୩୦୪ ରନ୍ କରିଛି । ଇଂଲଣ୍ଡ ପକ୍ଷରୁ ଜୋ ରୁଟ୍ ସର୍ବାଧିକ ୬୯ ରନ୍ କରିଥିବା ବେଳେ ବେନ୍ ଡକେଟ୍ ୬୫ ରନ୍ କରିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ହାରି ବ୍ରୋକ ୩୧ ରନ୍, ଜୋଶ ବଟଲର ୩୪, ଓପନର ଫିଲ୍ ସଲ୍ଟ ୨୬ ରନ୍‌ର ପାଳି ଖେଳିଥିଲେ । ଦଳୀୟ ସ୍କୋର ୮୧ ହୋଇଥିବା ବେଳେ ୧୦.୫ ଓଭରରେ ଖସିଥିଲା ଇଂଲଣ୍ଡର ପ୍ରଥମ ୱିକେଟ୍ । ଆଉଟ୍ ହୋଇଥିଲେ ଫିଲ୍ ସଲ୍ଟ । ଏହାପରେ ୧୫.୫ ଓଭରରେ ଇଂଲଣ୍ଡ ସ୍କୋର ୧୦୨ ରନ୍ ହୋଇଥିବା ବେଳେ ବେନ୍ ଡକେଟଙ୍କ ୱିକେଟ୍ ପଡ଼ିଥିଲା ।

ଭାରତ ପକ୍ଷରୁ ରବୀନ୍ଦ୍ର ଜାଡ଼େଜା ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ମହମ୍ମଦ ସାମି. ହର୍ଷିତ ରାଣା, ହାର୍ଦ୍ଦିକ ପାଣ୍ଡ୍ୟା, ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ମହମ୍ମଦ ସାମିଙ୍କ ଓଭରରେ ସବୁଠୁ ଅଧିକ ୬୬ ରନ୍ ସ୍କୋର ହୋଇଥିବା ବେଳେ ହର୍ଷିତ ରାଣାଙ୍କ ଓଭରରେ ୬୨ ରନ୍ କରିଛି ଇଂଲଣ୍ଡ । ସେହିଭଳି ଜାଡ଼େଜାଙ୍କ ଓଭରରେ ସର୍ବନିମ୍ନ ୩୫ ରନ୍ କରିଛନ୍ତି ଇଂଲଣ୍ଡ ଖେଳାଳି ।

 

 

 

Related Articles

Back to top button
WP Twitter Auto Publish Powered By : XYZScripts.com