Breaking Newsକ୍ରୀଡ଼ା

ବାରବାଟୀକୁ ଫେରିଲେ ବିରାଟ

ଭୁବନେଶ୍ୱର : କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତ-ଇଂଲଣ୍ଡ ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ମ୍ୟାଚ୍‌ରେ ଟସ୍‌ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା। ଫ୍ୟାନ୍ସ ମାନଙ୍କୁ ନିରାଶ ନକରି ଭାରତର ପ୍ଲେଇଂ ଇଲେଭେନକୁ ଫେରିଛନ୍ତି ବିରାଟ କୋହଲି। ସେପଟେ ଏହି ମ୍ୟାଚ୍‌ ମାଧ୍ୟମରେ ବରୁଣ ଚକ୍ରବର୍ତ୍ତୀ ତାଙ୍କର ଏକଦିବସୀୟ ଡେବ୍ୟୁ କରିଛନ୍ତି। ଗତ ମାଚ୍‌ରେ ଇନିଂସ ଓପନ କରିଥିବା ଯଶସ୍ବୀ ଜୟସ୍ବାଲଙ୍କୁ ପ୍ଲେଇଂ ଇଲେଭେନରୁ ବାଦ୍‌ ଦିଆଯାଇ ତାଙ୍କ ସ୍ଥାନରେ ବିରାଟ କୋହଲିଙ୍କୁ ଦଳରେ ସ୍ଥାନ ଦିଆଯାଇଛି ।

ସେହିପରୀ କୁଲଦୀପ ଯାଦବଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ, ତାଙ୍କ ସ୍ଥାନରେ ବରୁଣ ଚକ୍ରବର୍ତ୍ତୀ ତାଙ୍କର ଏକଦିବସୀୟ ଡେବ୍ୟୁ କରିଛନ୍ତି। ଅନ୍ୟପଟେ ଇଂଲଣ୍ଡ ମଧ୍ୟ ମ୍ୟାଚ୍‌ର ପ୍ଲେଇଂ ଇଲେଭେନରେ ତିନୋଟି ପରିବର୍ତ୍ତନ କରିଥିଲା। ମାର୍କ ଉଡ, ଗୁସ୍‌ ଆଟ୍‌କିନସନ ଏବଂ ଜେମି ଓଭର୍ଟନ ଇଂଲଣ୍ଡ ଦଳର ପ୍ଲେଇଂ ଇଲେଭେନରେ ନଜର ଆସିଛନ୍ତି।

 

 

 

 

 

 

 

Related Articles

Back to top button
WP Twitter Auto Publish Powered By : XYZScripts.com