ଐତିହ୍ୟ ଓ ସଂସ୍କୃତି

ଆରମ୍ଭ ହେଲା ବିଶ୍ବପ୍ରସିଦ୍ଧ ଜୋରନ୍ଦା ମେଳା

ଢେଙ୍କାନାଳ: ଆରମ୍ଭ ହେଲା ବିଶ୍ୱପ୍ରସିଦ୍ଧ ଜୋରନ୍ଦା ମାଘ ମେଳା । ପ୍ରତ୍ୟେକ ବର୍ଷ ପରି ମାଘ ଶୁକ୍ଳ ଚତୁର୍ଦ୍ଦଶୀଠାରୁ ଆରମ୍ଭ ହୋଇଥାଏ ଏହି ବିଶ୍ବପ୍ରସିଦ୍ଧ ମେଳା । ଚଳିତଥର ଏହି ମେଳା ୧୫୦ ତମ ବର୍ଷରେ ପହଞ୍ଚିଛି । ମହିମା ଧର୍ମାବଲମ୍ବୀଙ୍କ ପାଇଁ ଏହା ହେଉଛି ସବୁଠୁ ବଡ଼ପର୍ବ । ମହିମା ଧର୍ମର ମୂଳପୀଠ ଜୋରନ୍ଦା ସ୍ଥିତ ଅଲେଖ ମହିମା ଗାଦି ଚଳଅଞ୍ଚଳ ହୋଇଉଠିଛି। ଦେଶର କୋଣ ଅନୁକୋଣରୁ ମହିମା ଧର୍ମାବଲମ୍ବୀ, ସାଧୁ ଓ ସନ୍ଥମାନେ ଢେଙ୍କାନାଳର ଜୋରନ୍ଦା ମହିମା ଗାଦିରେ ପହଞ୍ଚିବାରେ ଲାଗିଛନ୍ତି । ଆଜି ସଂଧ୍ୟା ପ୍ରାୟ ୫ .୨୦ ମିନିଟରେ ଝାଡଦ୍ବୀପ ଉଠିବା ପାଇଁ ନିଷ୍ପତ୍ତି ହୋଇଛି । ଏଥିପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ମହିମା ଗାଦି ଧାନ ପରିଚାଳନା ସଂସ୍ଥା ‘ସତ୍ୟ ମହିମା ମ୍ୟାନେଜମେଣ୍ଟ କମିଟି’ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଗାଦି ମନ୍ଦିର ପରିସରରେ ଅଖଣ୍ଡ ଧୁନୀ ଜାଳିବା ସହ ସମଗ୍ର ବିଶ୍ୱର କଲ୍ୟାଣ ପାଇଁ ପ୍ରତ୍ୟେକ ବର୍ଷ ପରି ମୁଖ୍ୟ ଗାଦି ମନ୍ଦିର ଚତୁଃପାର୍ଶ୍ଵରେ ବିଶାଳକାୟ ଝଡଦ୍ବୀପ ଜାଳିଥାଆନ୍ତି ମହିମା ସନ୍ଥମାନେ ।

 

 

Related Articles

Back to top button
WP Twitter Auto Publish Powered By : XYZScripts.com