Featuredଓଡ଼ିଶାରାଜନୀତି

କ୍ଲାସ ନେଲେ ନବୀନ, ଉତ୍ତର ରଖିଲେ ସନା

ଭୁବନେଶ୍ୱର: ବିଧାନସଭାରେ ସର୍ବସାଧାରଣଙ୍କ ଆଗରେ ନବୀନ କଲେ ନବୀନ କଲେ ଟୁ୍ୟସନ । ସେ ବି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ । ବିଧାନସଭା ଭିତରକୁ ପ୍ରବେଶ ସମୟରେ ସାମ୍ନାରେ ଠିଆ ହୋଇଥିଲେ ସନା । ଦଳୀୟ ବୈଠକରେ କାହିଁକି ଆସି ନଥିଲ ବୋଲି ସମସ୍ତଙ୍କ ଆଗରେ ପ୍ରଶ୍ନ କଲେ ନବୀନ । ଉତ୍ତରରେ ଦେହ ଭଲ ନଥିଲା କହିଲେ ସନା । ଓଡ଼ିଶା ଶାସନ ଦାୟିତ୍ୱରେ ଏତେ ବର୍ଷ ରହିବା ଭିତରେ ନବୀନଙ୍କ ଏପରି ରୂପ ହୁଏ ତ କେବେ କେହି ଦେଖିନାହାନ୍ତି । ଯାହା ସମସ୍ତଙ୍କ ନଜରକୁ ଆକର୍ଷଣ କରିଥିଲା ।

ସେପଟେ ସନାତନ ମହାକୁଡ ଏଭଳି ଘଟଣା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ସେ ବିଜେଡି ଠାରୁ ଦୂରେଇ ନାହାନ୍ତି, ଦଳ ସହ ଅଛନ୍ତି ଏବଂ ରହିବେ। ନବୀନ ଦଳର ମୁଖିଆ, ସେ ପଚାରି ପାରିବେ ବୋଲି କହିଛନ୍ତି ବିଜେଡି ବିଧାୟକ। ବିଧାୟକ ଦଳ ବୈଠକକୁ କାହିଁକି ଯାଇ ନଥିଲି ବୋଲି ପଚାରିବାରୁ ଦେହ ଖରାପ ବୋଲି ଯାଇ ନଥିବା କହିଥିବା ସନା କହିଛନ୍ତି। ତେବେ ୨୦୨୯ ପର୍ୟ୍ୟନ୍ତ କେଉଁ ଦଳକୁ ଯାଇ ପାରିବେ ନାହିଁ। ଏବଂ ବିଜେପି ଯିବା ଚର୍ଚ୍ଚା କରିବା ଠିକ୍ ନୁହେଁ। ମୁଖ୍ୟମନ୍ତ୍ରୀ ହେଉଛନ୍ତି ତାଙ୍କ ଜିଲ୍ଲାର । ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଥିବା କହିଛନ୍ତି ସନାତନ ମହାକୁଡ଼। ଏହାସହ କେବଳ ସେ ନୁହେଁ ଦଳର ଆଉ ଦୁଇଜଣ ବିଧାୟକ ଭେଟିଥିବା ବି କହିଛନ୍ତି ଚମ୍ପୁଆ ବିଧାୟକ।

Related Articles

Back to top button
WP Twitter Auto Publish Powered By : XYZScripts.com