![](https://i0.wp.com/odia.mobilenews24x7.com/wp-content/uploads/2025/02/SC_ranveer_cover.jpg?resize=780%2C470&ssl=1)
ନୂଆଦିଲ୍ଲୀ : ଥମୁନି ରଣବୀର ଆହ୍ଲାବାଦିଆଙ୍କ ଅଡୁଆ । ଶେଷରେ ମାମଲା ଯାଇ ପହଞ୍ଚିଛି ସୁପ୍ରିମକୋର୍ଟରେ । କିନ୍ତୁ ସୁପ୍ରିମକୋର୍ଟରେ ତାଙ୍କୁ ନିରାଶ ହେବାକୁ ପଡିଛି । ମାମଲାର ଶ୍ରୀଘ୍ର ଶୁଣାଣି କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ ।
ବିଭିନ୍ନ ସ୍ଥାନରେ ନିଜ ବିରୋଧରେ ଦିଆଯାଇଥିବା ସବୁ ଏତଲାକୁ ଏକାଠି କରି ସୁପ୍ରିମକୋର୍ଟରେ ଶୁଣାଣି କରିବାକୁ ରଣବୀର ଆବେଦନ କରିଥିଲେ। ଏହା ସହିତ ସେ ସୁପ୍ରିମକୋର୍ଟରେ ଆଗୁଆ ଜାମିନ ମଧ୍ୟ ମାଗିଛନ୍ତି। ତାଙ୍କୁ ଗିରଫ କରାଯିବାର ଆଶଙ୍କା କରି ଆଗୁଆ ଜାମିନ ମାଗିଥିଲେ ରଣବୀର। କିନ୍ତୁ ସୁପ୍ରିମକୋର୍ଟ ତାଙ୍କୁ ଝଟକା ଦେଇଛି । କୋର୍ଟ ଏହି ମାମଲାର ତୁରନ୍ତ ଶୁଣାଣି କରିବାକୁ ସିଧାସିଧା ମନା କରିଦେଇଛନ୍ତି। ରିୟଲିଟି ସୋ ରେ ରଣବୀର ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ସାରା ଦେଶରେ କ୍ଷୋଭ ପ୍ରକାଶ ପାଇଛି। ତାଙ୍କ ମନ୍ତବ୍ଯକୁ ସବୁ ମହଲରେ ନିନ୍ଦା କରାଯାଇଛି। ସେଥିପାଇଁ ବିଭିନ୍ନ ରାଜ୍ୟରେ ରଣବୀରଙ୍କ ନାମରେ ଏତଲା ମଧ୍ୟ ରୁଜୁ ହୋଇଛି । ଆସାମର ଗୁଆହାଟୀରେ ତାଙ୍କ ବିରୋଧରେ ଏତଲା ହୋଇଛି। ହାଜର ହେବା ପାଇଁ ଗୁଆହାଟୀ ପୋଲିସ ବି ସମନ୍ କରିଛି। କିନ୍ତୁ ଏହି ମାମଲାର ତୁରନ୍ତ ଶୁଣାଣି ପାଇଁ ରଣବୀରଙ୍କ ପକ୍ଷରୁ ଆବେଦନ କରାଯାଇଥିଲେ ମଧ୍ୟ କୋର୍ଟ ତାକୁ ଗ୍ରହଣ କରି ନାହାନ୍ତି।