ରାଜନୀତି

୯ ମାସ ପରେ ସୁରଙ୍କ ହେଲା ଘର ବାହୁଡା

ଭୁବନେଶ୍ୱର : କଂଗ୍ରେସକୁ ଫେରିଲେ ବରିଷ୍ଠ ନେତା ସୁରେଶ ରାଉତ ରାୟ। ଦଳକୁ ଫେରି ଭାବ ବିହ୍ଵଳ ହେଲେ ସୁର। ଦୀର୍ଘ ୯ ମାସ ପରେ ଦଳରୁ ବହିଷ୍କାର ପରେ ଆଜି ପୁଣିଥରେ କଂଗ୍ରେସକୁ ଫେରିଛନ୍ତି ସୁର। ନଡ଼ିଆ ଭାଙ୍ଗି , ମୁଣ୍ଡିଆ ମାରି କଂଗେସ ଭବନରେ ପ୍ରବେଶ କରିବା ପରେ ରାହୁଲ ଗାନ୍ଧୀ ଏବଂ ନୂଆକରି ପିସିସି ସଭାପତି ହୋଇଥିବା ଭକ୍ତ ଦାସ , ଛାତ୍ର କଂଗ୍ରେସ ଏବଂ ଯୁବ କଂଗ୍ରେସଙ୍କୁ ଧନ୍ୟବାଦ ଦେଇଛନ୍ତି ସୁର। ୨୦୨୪ ନିର୍ବାଚନ ସମୟରେ ସାନ ପୁଅ ମନ୍ମଥ ରାଉତ ରାୟ ବିଜେଡିରେ ଯୋଗଦେବା ଏବଂ ଓ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ଲଢ଼ିବା ପରେ କଂଗେସ ଏବଂ ସୁରଙ୍କ ଭିତରେ ବିବାଦ ହୋଇଥିଲା। ବିଭିନ୍ନ ଫୋରମରେ ଦଳ ବିରୋଧୀ ମନ୍ତବ୍ୟ ପାଇଁ ୫୦ ବର୍ଷ ଧରି କଂଗ୍ରେସ ସହ ଜଡିତ ଥିବା ସୁରଙ୍କ ସହିତ ସମ୍ପର୍କ କାଟିବା ସହିତ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା । କିନ୍ତୁ ଏବେ ନୂଆ ପିସିସି ସଭାପତି ଭକ୍ତ ଦାସ ସୁରଙ୍କ ଉପରୁ ବହିଷ୍କାର ଆଦେଶ ଉଠାଇଥିବା ବେଳେ ଏବେ କଂଗ୍ରେସ ଶିବିରରେ ଖୁସିର ଲହରୀ ଖେଳି ଯାଇଛି ।

 

Related Articles

Back to top button