Breaking NewsFeaturedଓଡ଼ିଶା
ଏଣିକି ପ୍ରତି ବ୍ଲକରେ ନିର୍ମାଣ ହେବ ଶୀତଳଭଣ୍ଡାର : ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

ଭୁବନେଶ୍ୱର : ଏଣିକି ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଁଏ ଶୀତଳଭଣ୍ଡାର ନିର୍ମାଣ କରାଯିବ। ଆଜି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବିଧାନସଭାରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯେଉଁଠି ମଣ୍ଡି ବ୍ୟବସ୍ଥା ନାହିଁ ସେଠି ମଣ୍ଡି ବ୍ୟବସ୍ତା ଖୁବ୍ ଶୀଘ୍ର ହେବ ଏବଂ ସେଠାକୁ ଚାଷୀ କିଭଳି ଆଣି ନିଜ ଶସ୍ୟ ବିକିବେ ତାହାର ସମସ୍ତ ବ୍ୟବସ୍ଥା କରାଯିବା ସହ ଅତିରିକ୍ତ ପ୍ରଡକ୍ଟକୁ କିଭଳି ଷ୍ଟୋର କରି ରଖିବେ ତା ପାଇଁ ଶୀତଳଭଣ୍ଡାରର ବ୍ୟବସ୍ଥା କରାଯିବ। ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଁଏ ଶୀତଳଭଣ୍ଡାର ନିର୍ମାଣ ପାଇଁ ଯୋଜନା କରାଯାଉଛି। ଚାଷୀଙ୍କର ଉତ୍ପାଦ ନଷ୍ଟ ହେବ ନାହିଁ ସେମାନେ କିଭଳି ସେମାନଙ୍କର ସଠିକ୍ ଦାମ ପାଇବେ ତା ପାଇଁ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର।