Featuredଅନ୍ତର୍ଜାତୀୟଭାଇରାଲ୍ ଭିଡିଓ
ବିୟର ବୋତଲରେ ଗାନ୍ଧୀଙ୍କ ଫଟୋ ଓ ଦସ୍ତଖତ

ନୂଆଦିଲ୍ଲୀ : ଋଷିଆରେ ମହାତ୍ମା ଗାନ୍ଧୀଙ୍କୁ ଅପମାନ । ଋଷିଆରେ ଏକ କେନ୍ ବିୟରରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଏବଂ ଦସ୍ତଖତ ରହିଥିଲା । ଏହି ବିୟର କମ୍ପାନୀର ନାଁ ରିଭେର୍ଟ ବ୍ରାଣ୍ଡ ରହିଛି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଘଟଣାକୁ ନେଇ ଏବେ ପୂରା ଆକ୍ସନ ମୋଡ୍ରେ ରହିଛି ଋଷିଆରେ ଥିବା ଭାରତୀୟ ଦୂତବାସ । ଭାରତୀୟ ଦୁତବାସ କହିଛି, ସମ୍ପୃକ୍ତ ବିୟର କମ୍ପାନୀଙ୍କୁ ତୁରନ୍ତ ମହାତ୍ମା ଗାଦ୍ଧୀଙ୍କ ଫଟୋ କାଟିବାକୁ କୁହାଯାଇଛି , ଏବଂ ଏହି ଘଟଣା ସମ୍ପର୍କରେ ଭାରତୀୟ ଦୂତବାସ ରୁଷିଆର ବୈଦେଶିକ ବ୍ୟାପର କାର୍ଯ୍ୟାଳୟକୁ ମଧ୍ୟ ଜଣାଇଛି ।