ଅନ୍ତର୍ଜାତୀୟ

ଉଦବୋଧନ ଦେବାବେଳେ ସଂସଦ ଭିତରେ ତଳେ ପଡିଗଲେ ସାଂସଦ

ଉଦବୋଧନ ଦେବାବେଳେ ସଂସଦ ଭିତରେ ତଳେ ପଡିଗଲେ ସାଂସଦ। ଇସ୍ରାଏଲ-ଗାଜା ଯୁଦ୍ଧ ପ୍ରସଙ୍ଗରେ ଆଲୋଚନା ବେଳେ ନିଜ ମତ ରଖୁଥିଲେ ସାଂସଦ ହାସନ ବିତମେଜ।

ଇସ୍ରାଏଲ ଭଗବାନଙ୍କ କୋପର ଶିକାର ହେବ ବୋଲି କହିବାବେଳେ ତଳେ ପଡିଯାଇଥିଲେ ସାଂସଦ। ତୁର୍କୀର ଗ୍ରାଣ୍ଡ ନ୍ୟାସନାଲ ଆସେମ୍ବ୍ଲିରେ ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରସଙ୍ଗରେ ଆଲୋଚନା ଚାଲିଥିଲା । ତେବେ ଆଲୋଚନାରେ ଭାଗ ନେବାବେଳେ ୫୩ ବର୍ଷ ବୟସ୍କ ବିତମେଜ ହଠାତ୍ ପଡିଯାଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲର ନିଆଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com