Breaking NewsFeaturedଓଡ଼ିଶାଶିକ୍ଷା

ନେପାଳୀ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରୁ ବିଦା କଲା KIIT ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର : KIIT ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ଅଡୁଆ ବଢିବାରେ ଲାଗିଛି। KIIT ହଷ୍ଟେଲରେ ଥିବା ସମସ୍ତ ନେପାଳୀ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ହଷ୍ଟେଲ ଖାଲି କରିବା ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାପରେ ଜୋର ଜବରଦସ୍ତି ସମସ୍ତ ଛାତ୍ରଛାତ୍ରୀଙ୍କୁ କଟକ ରେଲୱେ ଷ୍ଟେସନକୁ ନିଆଯାଇଥିଲା। ସେଠାରୁ ସମସ୍ତଙ୍କୁ ନିଜ ଘରକୁ ଯିବା ପାଇଁ ପରାମର୍ଶ ଦିଆଯାଇଥିଲା। ସହପାଠୀଙ୍କ ମୃତ୍ୟୁକୁ ନେଇ ଛାତ୍ର ଛାତ୍ରୀ ମାନେ ଆନ୍ଦୋଳନ କରିବା କାରଣରୁ ସମସ୍ତଙ୍କୁ ବିଦା କରାଯାଇଥିବା ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଛନ୍ତି।

ଏହା ସହିତ ଛାତ୍ରଛାତ୍ରୀ ମାନେ ଆଉ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସେମାନେ କହିଛନ୍ତି ଆତ୍ମହତ୍ୟା କରିଥିବା ଛାତ୍ରୀ ଜଣଙ୍କ ଜଣେ ଯୁବକଙ୍କ ଦ୍ବାରା ଶାରୀରିକ ଓ ମାନସିକ ନିର୍ଯାତନା ପାଇବା ପରେ ଏହାକୁ ନେଇ ଇଣ୍ଟରନ୍ୟାସନାଲ ରିଲେସନସ ଅଫିସର ଦ୍ବାରସ୍ଥ ହୋଇଥିଲେ। ୨-୩ ଥର ଅଭିଯୋଗ କରିଥିଲେ ମଧ୍ୟ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇନଥିଲା। ଫଳରେ ମାନସିକ ଦୁଶ୍ଚିନ୍ତାର ଶିକାର ହୋଇ ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥିବା ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଛନ୍ତି । ଏହାଛଡା ଛାତ୍ରଛାତ୍ରୀଙ୍କୁ ବିଦା କରିବା ପାଇଁ ବଳ ପ୍ରୟୋଗ କରାଯାଇଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି । କିଛି ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ୱାର୍ଡେନ ପାଇପରେ ପିଟିଥିବା ନେଇ ମଧ୍ୟ ସାଙ୍ଘାତିକ ଅଭିଯୋଗ ଆସିଛି।

Related Articles

Back to top button
WP Twitter Auto Publish Powered By : XYZScripts.com