ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଭାରତକୁ ଲାଗିଲା ବଡ଼ ଝଟକା

ଆସନ୍ତା ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି ଚାମ୍ପିୟନ୍ସ ଟ୍ରଫି ୨୦୨୫। ଚଳିତ ଥର ଚାମ୍ପିୟନ୍ସ ଟ୍ରଫି ୨୦୨୫ ର ଆୟୋଜକ ଦେଶ ରହିଛି ପାକିସ୍ତାନ । ଆଇସିସିର ଏହି ଟୁର୍ଣ୍ଣାମେଣ୍ଟରେ ବିଜୟୀ ହେବା ପାଇଁ ୮ ଦଳ ମଧ୍ୟରେ ହେବାକୁ ଯାଉଛି କଡ଼ା ଟକ୍କର । କିନ୍ତୁ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଛି ଏକ ବଡ଼ ଝଟକା। ଭାରତର ବୋଲିଂ କୋଚ ମଣି ମର୍କେଲ ଏବଂ କ୍ୟାମ୍ପରେ ନଜର ଆସିନାହାନ୍ତି । କୁହାଯାଉଛି କି, ତାଙ୍କ ପିତାଙ୍କ ଦେହାନ୍ତ ହୋଇଛି । ଯେଉଁ କାରଣରୁ ସେ ଏବେ ଦୁବାଇରୁ ତାଙ୍କ ଘରକୁ ପଳେଇଛନ୍ତି । କିନ୍ତୁ ଏ ସମ୍ପର୍କରେ କୌଣସି ଅଫିସିଆଲ ଭାବେ କୁହାଯାଇନାହିଁ ।
ତେବେ ବୁମରା ଦଳରେ ନଥିବାବେଳେ ସାମି ଫର୍ମକୁ ଫେରିବାକୁ ସଂଘର୍ଷ କରୁଛନ୍ତି । ଆଉ ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ମଣି ମର୍କେଲଙ୍କ ଅନୁପସ୍ଥିତି ଭାରତୀୟ ଦଳର ବୋଲିଂ ପାଇଁ ଚିନ୍ତାର କାରଣ ହୋଇପାରେ ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ଦେଇଛନ୍ତି । ଆସନ୍ତାକାଲି ଠାରୁ ଚାମ୍ପିୟନ୍ସ ଟ୍ରଫି ଖେଳାଯିବାକୁ ଥିବାବେଳେ ଭାରତର ତାର ପ୍ରଥମ ମ୍ୟାଚରେ ବାଂଲାଦେଶକୁ ଭେଟିବ। ପରେ ୨୩ ତାରିଖରେ ହାଇଭୋଲଟେଜ୍ ମ୍ୟାଚରେ ଦଳ ପାକିସ୍ତାନକୁ ଭେଟିବ ।