Breaking NewsFeaturedଓଡ଼ିଶା
ରିମାଣ୍ଡରେ ଆସିବ ଅଭିଯୁକ୍ତ ଆଦ୍ୱିକ ଶ୍ରୀବାସ୍ତବ

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳୀ ବି-ଟେକ୍ ଛାତ୍ରୀ ପ୍ରକୃତି ଲାମ୍ସାଙ୍କ ମୃତୁ୍ୟର ପର୍ଦ୍ଦାଫାଶ ପାଇଁ ଅଭିଯୁକ୍ତ ଆଦ୍ୱିକ ଶ୍ରୀବାସ୍ତବ ରିମାଣ୍ଡରେ ଆସିବ । ଅଧିକ ପଚରା ଉଚରା ପାଇଁ ଅଭିଯୁକ୍ତକୁ ରିମାଣ୍ଡରେ ଆଣିବାକୁ ଇନଫୋସିଟି ଥାନା ପୁଲିସ କୋର୍ଟଙ୍କ ନିକଟରେ ବୁଧବାର ଆବେଦନ କରିବ। ଅନ୍ୟପଟେ ମୃତ ଛାତ୍ରୀଙ୍କ ନିକଟରୁ ଜବତ୍ ହୋଇଥିବା ମୋବାଇଲ ଓ ଲ୍ୟାପଟପ୍ରୁ ତଥ୍ୟ ଜାଣିବା ପାଇଁ ରାଜ୍ୟ ଫରେନସିକ୍ ଲାବ୍କୁ ପଠାଯାଇଛି। ଏହାଛଡା କିଟ୍ ଅନ୍ତର୍ଜାତୀୟ ସମ୍ପର୍କ ଅଧିକାରୀ (ଆଇଆରଓ) , ନେପାଳୀ ଛାତ୍ରୀଙ୍କୁ ଧମକ ଦେଇଥିବା ୨ ହଷ୍ଟେଲ୍ ୱାର୍ଡେନଙ୍କୁ ଜେରା କରିବା ପାଇଁ ପୋଲିସ ପକ୍ଷରୁ ନୋଟିସ୍ ଜାରି କରାଯାଇଛି।