Featuredଓଡ଼ିଶାରାଜନୀତି

ଓଡ଼ିଶାରେ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ, ସଂକଳ୍ପ ଯାତ୍ରାରେ ଦେବେ ଯୋଗଦାନ

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ । କଂଗ୍ରେସର ସଂକଳ୍ପ ଯାତ୍ରାରେ ଯୋଗ ଦେବା ପାଇଁ ସେ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ତାଙ୍କୁ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଭବ୍ୟ ସ୍ୱାଗତ ସହ ପାଛୋଟି ଆଣିଥିଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ପିପିଲିରୁ ପଦଯାତ୍ରାରେ ସାମିଲ ହେବେ । ଆଜି ସଂକଳ୍ପ ପଦଯାତ୍ରାର ଆଜି ଅନ୍ତିମ ଦିନ। ପୁରୀରେ ପହଂଚିବ ଏହି ପଦଯାତ୍ରା । ସକାଳୁ ପଦଯାତ୍ରାରେ ଶ୍ରୀମନ୍ଦିର ଅଭିମୁଖେ ବାହାରିବେ କଂଗ୍ରେସ କର୍ମୀ । ନବନିଯୁକ୍ତ ପିସିସି ସଭାପତି ଭକ୍ତ ଦାସଙ୍କ ଆହ୍ବାନରେ ଆରମ୍ଭ ହୋଇଛି ଏହି ପଦଯାତ୍ରା। ଭୁବନେଶ୍ବରରୁ ଆରମ୍ଭ ହୋଇ ଏହା ଶ୍ରୀକ୍ଷେତ୍ର ଯାଏଁ ଚାଲିବ ।

Related Articles

Back to top button
WP Twitter Auto Publish Powered By : XYZScripts.com