କ୍ରୀଡ଼ା

ଚାମ୍ପିଅନ୍ସ ଟ୍ରଫିରେ ଭାରତ ବନାମ ପାକିସ୍ତାନ ମଧ୍ୟରେ କାହା ପଲ୍ଲା ଭାରି !

ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ୨୦୨୫ ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ୍ ମ୍ୟାଚ୍ ୨୩ ଫେବୃଆରୀ ୨୦୨୫ ରବିବାର ଦିନ ଦୁବାଇ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ । ଟୁର୍ଣ୍ଣାମେଣ୍ଟ ଇତିହାସରେ ଏହା ଦୁଇ ଦଳ ମଧ୍ୟରେ ଷଷ୍ଠ ମ୍ୟାଚ୍ । ୨୦୧୭ ସଂସ୍କରଣର ଫାଇନାଲରେ ପରାଜୟର ପ୍ରତିଶୋଧ ନେବାକୁ ଭାରତୀୟ ଦଳ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ । ଦୁଇ ଦଳ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ୍ ଆଶା କରାଯାଉଛି । ଆଇସିସି ଚାମ୍ପିଅନ୍ସ ଟ୍ରଫି ଇତିହାସରେ ଭାରତ ବିପକ୍ଷରେ ପାକିସ୍ତାନ ପଲ୍ଲା ଭାରି ରହିଛି । ଫେବୃଆରୀ ୨୦୨୫ ପର୍ଯ୍ୟନ୍ତ ଭାରତ ଏବଂ ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫିରେ ୫ ଥର ମୁହାଁମୁହିଁ ହୋଇଛନ୍ତି । ଏହି ଅବଧି ମଧ୍ୟରେ ପାକିସ୍ତାନ ୩ ଟି ମ୍ୟାଚ୍ ଜିତିଛି । ଏଥି ସହିତ ଭାରତ ୨ ଟି ମ୍ୟାଚ୍ ଜିତିଛି । ଚାମ୍ପିଅନ୍ସ ଟ୍ରଫି ୨୦୦୪ , ୨୦୦୯ ଏବଂ ୨୦୧୩ ରେ ଥରେ ଏବଂ ଦୁଇଥର ଚାମ୍ପିଅନ୍ସ ଟ୍ରଫି ୨୦୧୭ ରେ ଦୁଇ ଟିମ୍ ମୁହାଁମୁହିଁ ହୋଇଥିଲେ ।

ଶେଷ ଥର ପାଇଁ ଚାମ୍ପିଅନ୍ସ ଟ୍ରଫିରେ ଉଭୟ ଦଳ ମୁହାଁମୁହିଁ ହୋଇଥିଲେ ଟୁର୍ନାମେଣ୍ଟର ୨୦୧୭ ସଂସ୍କରଣର ଅନ୍ତିମ ମ୍ୟାଚରେ । ଲଣ୍ଡନର ଓଭାଲ ଷ୍ଟାଡିୟମରେ ଖେଳାଯାଇଥିବା ଏହି ଟାଇଟଲ ମ୍ୟାଚରେ ଭାରତୀୟ ଦଳକୁ ୧୮୦ ରନରେ ପରାଜୟର ସାମ୍ନା କରିବାକୁ ପଡିଥିଲା । ଏହି ପରାଜୟ ସହିତ କ୍ରମାଗତ ଦ୍ୱିତୀୟ ଥର ପାଇଁ ଏହି ଟାଇଟଲ୍ ଜିତିବାର ଟିମ୍ ଇଣ୍ଡିଆର ସ୍ୱପ୍ନ ଭାଙ୍ଗିଗଲା । ଏହି ମ୍ୟାଚରେ ଭାରତର ଶକ୍ତିଶାଳୀ ବ୍ୟାଟିଂ ପାକିସ୍ତାନ ବୋଲରଙ୍କ ଆଗରେ ମାଟି କାମୁଡିଥିଲା । ଏହି ମ୍ୟାଚ ଜିତି ଡିଫେଣ୍ଡିଂ ଚାମ୍ପିଅନ ହୋଇଥିଲା ପାକିସ୍ତାନ ଟିମ୍ ।

 

Related Articles

Back to top button
WP Twitter Auto Publish Powered By : XYZScripts.com