ଶେଷରେ ଅଲଗା ହେଲେ ୟୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀ

ନୂଆଦିଲ୍ଲୀ : ଦୀର୍ଘ ଦିନ ଧରି କ୍ରିକେଟର ୟୁଜବେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କ ମଧ୍ୟରେ ଛାଡପତ୍ର ହେବାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ଏବେ ଏହି ଚର୍ଚ୍ଚାର ଅନ୍ତ ଘଟିଛି । ଦୁହିଁଙ୍କର ଆଇନଗତ ଛାଡପତ୍ର ଚୂଡ଼ାନ୍ତ ହୋଇଯାଇଛି । ଉଭୟଙ୍କ ମଧ୍ୟରେ ପାରସ୍ପରିକ ସହମତିରେ ଛାଡପତ୍ରର ନିଷ୍ପତ୍ତି ନିଆଯାଇଛି। ଛାଡ଼ପତ୍ରକୁ ନେଇ ଜଡ଼ିତ ଥିବା ସମସ୍ତ ଔପଚାରିକତା ଗୁରୁବାରଦିନ କୋର୍ଟରେ ଶେଷ ହୋଇଛି । ଡିଭୋର୍ସ ପାଇଁ ୟୁଜବେନ୍ଦ୍ର ଏବଂ ଧନଶ୍ରୀଙ୍କୁ ମୁମ୍ବାଇର ବାନ୍ଦ୍ରାସ୍ଥିତ ଫ୍ୟାମିଲି କୋର୍ଟରେ ହାଜର ହେବାକୁ କୁହାଯାଇଛି।
ୟୁଜବେନ୍ଦ୍ର ଭଗବାନଙ୍କୁ ଧନ୍ୟବାଦ ଜଣାଇ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟରେ ୟୁଜବେନ୍ଦ୍ର ଲେଖିଛନ୍ତି, “ଯେତିକି ମୁଁ ଗଣନା କରି ପାରିବି ତା’ ଠାରୁ ଅଧିକ ଥର ଭଗବାନ ମୋର ରକ୍ଷା କରିଛନ୍ତି। ତେଣୁ ମୁଁ କେବଳ ସେହି ସମୟ କଳ୍ପନା କରିପାରିବି ଯେତେବେଳେ ମୋତେ ରକ୍ଷା କରାଯାଇଥିଲା। ଯାହା ବିଷୟରେ ମୁଁ ଜାଣି ନଥିଲି। ହେ ପରମେଶ୍ୱର, ସବୁବେଳେ ସେଠାରେ ଥିବାରୁ ଆପଣଙ୍କୁ ଧନ୍ୟବାଦ।କୋଭିଡ-୧୯ ଲକଡାଉନ୍ ସମୟରେ ଧନଶ୍ରୀ ଏବଂ ଚହଲ ଙ୍କର ସାକ୍ଷାତ ହୋଇଥିଲା । ଚହଲ ସୋସିଆଲ ମିଡିଆରେ ଧନଶ୍ରୀଙ୍କ ଡ୍ୟାନ୍ସ ଭିଡିଓ ଦେଖୁଥିଲେ ଏବଂ ସେ ତାଙ୍କ ସହ ଯୋଗାଯୋଗ କରି ଡ୍ୟାନ୍ସ କ୍ଲାସରେ ଯୋଗ ଦେଇଥିଲେ। ଶୀଘ୍ର ଉଭୟ ବନ୍ଧୁ ହେଲେ ଏବଂ ପରେ ବନ୍ଧୁତା ପ୍ରେମରେ ପରିଣତ ହେଲା। ଦୁହେଁ ଡିସେମ୍ବର ୨୦୨୦ ରେ ବିବାହ କରିଥିଲେ। ବର୍ତ୍ତମାନ ସେମାନଙ୍କର ଚାରି ବର୍ଷର ବିବାହ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡିଛି ।