Breaking NewsFeaturedଓଡ଼ିଶା

ମାର୍ଚ୍ଚ ୩୧ ପରେ ଆଉ ଧାନ କିଣିବେନି ସରକାର

ଭୁବନେଶ୍ୱର : ମଣ୍ଡିରେ ଧାନ କିଣାକୁ ନେଇ ଖାଦ୍ୟ, ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଦେଇଛନ୍ତି ବଡ଼ ସୂଚନା । ସେ କହିଛନ୍ତି ଧାନ କିଣା ପାଇଁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଡେଡ୍‌ଲାଇନ୍ ଧାର୍ଯ୍ୟ କରିଛନ୍ତି ସରକାର। ମାର୍ଚ୍ଚ ୩୧ ପରେ ମଣ୍ଡିରୁ ଆଉ ଧାନ କିଣା ହେବ ନାହିଁ ବୋଲି ସେ କହିଛନ୍ତି।ବର୍ତ୍ତମାନ ସୁଦ୍ଧା ୬୫ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ କରାଯାଇସାରିଛି। ଟାର୍ଗେଟର ୯୦% ଧାନ ସଂଗ୍ରହ ହୋଇସାରିଲାଣି ।

ଅନ୍ୟପଟେ ଆୟକର ଫାଇଲ ଭରୁଥିବା ବ୍ୟକ୍ତିଙ୍କର ରାସନ୍‌ କାର୍ଡ କଟିବନି ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ। ଏନେଇ ଫିଜିକାଲ ଭେରିଫିକେସନ କରିବେ ରାଜ୍ୟ ସରକାର। ଲିଷ୍ଟ ସହ ଡୋର ଟୁ ଡୋର ବୁଲି ଭେରିଫିକେସନ୍‌ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଫିଜିକାଲ ଭେରିଫିକେସନ ପରେ, ରାସନ କାର୍ଡ କଟିବ କି ନାହିଁ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର।

Related Articles

Back to top button