Featuredଜାତୀୟରାଜନୀତି

ଆଜମ୍ ଖାନଙ୍କୁ ୩ ବର୍ଷ ଜେଲଦଣ୍ଡ

ସମାଜବାଦୀ ପାର୍ଟି ନେତା ଆଜମ୍ ଖାନଙ୍କୁ ରାମପୁର କୋର୍ଟ ୩ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । ହିଂସା ଉଦ୍ରେକକାରୀ ଭାଷଣ ମାମଲାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଏଭଳି ଦଣ୍ଡରେ ଦଣ୍ଡିତ କରିଛନ୍ତି । କେବଳ ଆଜମ୍ ଖାନ ନୁହଁନ୍ତି ସମାନ ମାମଲାରେ ଅନ୍ୟ ଦୁଇଜଣଙ୍କୁ ମଧ୍ୟ କୋର୍ଟ ଏଭଳି ଦଣ୍ଡାଦେଶ ଶୁଣାଇଛନ୍ତି । ଏହାସହ ୩ ଜଣଙ୍କ ଉପରେ ୨ ହଜାର ଟଙ୍କା ଲେଖାଏଁ ଜରିମାନା ମଧ୍ୟ କରାଯାଇଛି । ୨୦୧୯ ମସିହାରେ ଏକ ସଭାରେ ସମାଜବାଦୀ ପାର୍ଟି ନେତା ଆଜମ୍ ଖାନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଅଭଦ୍ର ଭାଷାରେ ଟିପ୍ପଣୀ କରିଥିଲେ । ଏହି ମାମଲାରେ କୋର୍ଟ ଆଜି ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇଛନ୍ତି । ଆଜମ ଖାନଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ତକ୍ରାଳୀନ ଜିଲ୍ଲା ଅଧିକାରୀ ଆଂଜନେୟ କୁମାର ସିଂଙ୍କ ବିରୋଧରେ ହିଂସା ଉଦ୍ରେକକାରୀ ଭାଷଣ ଦେଇଥିବା ଅଭିଯୋଗ ହୋଇଥିଲା ।ଆଜମ୍ ଖାନଙ୍କ ବିରୋଧରେ ଯେଉଁ ଧାରାରେ ମାମଲା ରୁଜୁ ହୋଇଥିଲା ସେଥିରେ ୩ ବର୍ଷ ଜେଲ ଦଣ୍ଡର ପ୍ରାବଧାନ ରହିଛି । ଏବେ ଆଜମ୍ ଖାନଙ୍କ ବିରୋଧରେ ଭ୍ରଷ୍ଟାଚାର ଓ ଚୋରି ସମେତ ମୋଟ ୯୦ ଟି ମାମଲା ଚାଲିଛି । ଚଳିତ ବର୍ଷ ଆରମ୍ଭରେ ଏକ ଠକେଇ ମାମଲାରେ ଆଜମ୍ ଖାନଙ୍କୁ ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ଦେଇଥିଲେ । ଜମି ଠକେଇ ମାମଲାରେ ପାଖାପାଖି ୨ ବର୍ଷ ହେବ ଆଜମ୍ ଖାନ ଜେଲରେ ରହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com