Featuredଓଡ଼ିଶାରାଜନୀତି

ଭକ୍ତଙ୍କ ନିଷ୍ପତ୍ତି; ଗଣମାଧ୍ୟମର ଖବରକୁ ନିୟନ୍ତ୍ରଣ କରିବ କଂଗ୍ରେସ

ଭୁବନେଶ୍ୱର: ଗଣମାଧ୍ୟମର ଖବରକୁ ନିୟନ୍ତ୍ରଣ କରିବ କଂଗ୍ରେସ । ମିଡିଆ ସାମ୍ନାକୁ ଖବର ଯିବା ପୂର୍ବରୁ ଖବରକୁ ତର୍ଜମା କରିବ ରାଜ୍ୟ କଂଗ୍ରେସ । କୌଣସି ଘଟଣା ସମ୍ପର୍କରେ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ମତ ଦେବା ପୂର୍ବରୁ ନେତୃବୃନ୍ଦ ପ୍ରଦେଶ କଂଗ୍ରେସ କମିଟି ସଭାପତି ଅଥବା ମିଡିଆ କମିଟି ଅଧ୍ୟକ୍ଷଙ୍କ ସହ ପରାମର୍ଶ କରିବେ। କୌଣସି ଘଟଣାରେ ଦଳର ଆଭିମୁଖ୍ୟ ଓ ନିଷ୍ପତି କ’ଣ ହେବ, ସେ ସମ୍ପର୍କରେ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଗଣମାଧ୍ୟମକୁ ଯିବା ପୂର୍ବରୁ ସେମାନଙ୍କର ମତାମତ ପ୍ରଦେଶ କଂଗ୍ରେସ କମିଟି ସଭାପତି ଅଥବା ମିଡିଆ କମିଟି ଅଧ୍ୟକ୍ଷଙ୍କୁ ପ୍ରଦାନ କରିବେ। ଦଳୀୟ ନେତା ଓ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଏ ସମ୍ପର୍କରେ ସହଯୋଗ କରିବେ ଏବଂ ଦଳର ଭାବମୂର୍ତି ଅକ୍ଷୁଣ୍ଣ ରହିବା ସହ ଦଳ ସୁଦୃଢ଼ ହୋଇପାରିବ ବୋଲି ଆଶା ପ୍ରକାଶ କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ଏପରି କରାଗଲା ପରେ ଉକ୍ତ ଘଟଣାରେ ଦଳର ଆଭିମୁଖ୍ୟ କ’ଣ ହେବ ତାହା ସ୍ପଷ୍ଟ ହୋଇପାରିବ ଏବଂ ଦଳ ଲାଭବାନ ହୋଇପାରିବ ବୋଲି ମତ ଦେଇଛନ୍ତି ପିସିସି ସଭାପତି ।

Related Articles

Back to top button
WP Twitter Auto Publish Powered By : XYZScripts.com