Breaking NewsFeaturedଓଡ଼ିଶାଶିକ୍ଷା
ମାଟ୍ରିକ୍ ପ୍ରଶ୍ନପତ୍ରରେ ତ୍ରୁଟି

ଭୁବନେଶ୍ୱର : ଗତ ଫେବୃଆରୀ ୨୧ ତାରିଖରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ଆଜି ଛାତ୍ରଛାତ୍ରୀ ବିଜ୍ଞାନ ବିଷୟରେ ପରୀକ୍ଷା ଦେଇଥିଲେ । ତେବେ ବିଜ୍ଞାନ ପ୍ରଶ୍ନପତ୍ରରେ ତ୍ରୁଟି ଦେଖାଦେଇଛି । ବିଜ୍ଞାନ ପ୍ରଶ୍ନପତ୍ର C- ସେଟରେ ୪ ମାର୍କ କମ୍ ଥିବା ସୂଚନା ମିଳିଛି । ତ୍ରୁଟି ସାମ୍ନାକୁ ଆସିଥିବା ବେଳେ ଏହାକୁ ସ୍ବୀକାର କରିଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ। ସେ କହିଛନ୍ତି ପରୀକ୍ଷାର୍ଥୀଙ୍କର ଯେମିତି କୌଣସି କ୍ଷତି ନ ହେବ ସେ ନେଇ ବିଚାର କରୁଛୁ। ପରୀକ୍ଷା ପରିଚାଳନା କମିଟି ଏନେଇ ତର୍ଜମା କରିବ ବୋଲି ବି ସେ ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, C-ସେଟ୍ ପ୍ରଶ୍ନରେ ଏକ ମାର୍କ ପ୍ରଶ୍ନ ମିସ୍ପ୍ରିଣ୍ଟ ହୋଇଛି। ମାଟ୍ରିକ୍ ପ୍ରଶ୍ନପତ୍ର ତ୍ରୁଟି ଯୋଗୁ କୌଣସି ପିଲାଙ୍କର କିଛି କ୍ଷତି ହେବନି। ମୂଲ୍ୟାୟନ କମିଟି ଏନେଇ ବିଚାର କରି ନିଷ୍ପତ୍ତି ନେବ।