କ୍ରୀଡ଼ା

ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା: ବ୍ୟାଟିଂ କରିବ ଭାରତ

ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଆଜି ହେଉଛି ଭାରତ-ନ୍ୟୁଜିଲାଣ୍ଡ ଶେଷ ଲିଗ ମ୍ୟାଚ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ ଦଳ । ଫଳରେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବ ରୋହିତ ବାହିନୀ । ଆଜିର ମ୍ୟାଚରେ ଭାରତ ଚୂଡାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ ହୋଇଛି । ହର୍ଷିତ ରାଣାଙ୍କ ସ୍ଥାନରେ ଖେଳିବେ ବରୁଣ ଚକ୍ରବର୍ତ୍ତୀ । ତେବେ ଆଜିର ମ୍ୟାଚ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି । ଯିଏ ଆଜିର ମ୍ୟାଚ ଜିତିବ ସେ ଗ୍ରୁପ ଏ’ର ଟେବୁଲ ଟପ ରେ ରହିବ । ଆଜିର ମ୍ୟାଚ ପରେ ଜଣା ପଡିବ ସେମି ଫାଇନାଲର ସମୀକରଣ । ଉଭୟ ଦଳ ସେମି ଫାଇନାଲରେ ପ୍ରବେଶ କରି ସାରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com