ମନୋରଞ୍ଜନ

ଫିଲ୍ମରେ ଡେବ୍ୟୁ କରିବେ ଡେଭିଡ୍‌ ୱାର୍ଣ୍ଣର

ନୂଆଦିଲ୍ଲୀ: ଖୁବଶୀଘ୍ର ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି ଷ୍ଟାର କ୍ରିକେଟର ଡେଭିଡ୍‌ ୱାର୍ଣ୍ଣର। କ୍ରିକେଟ ଦୁନିଆରେ ନିଜ ଜଲୱା ଦେଖାଇବା ପରେ ଏବେ ଅଭିନୟ ଦୁନିଆରେ ବି କମାଲ କରିବେ ୱାର୍ଣ୍ଣର । କେତେ ବେଳେ ପୁଷ୍ପା ତ କେତେ ବେଳେ ଥାଲାପତି ବିଜୟ । ସାଉଥ୍‌ ସୁପରଷ୍ଟାରଙ୍କ ଗୀତରେ ରିଲ୍ସ କରୁଥିବା ଡେଭିଡ୍‌ ୱାର୍ଣ୍ଣର ଖୁବଶୀଘ୍ର ସାଉଥ୍‌ ଫିଲ୍ମରେ ନଜର ଆସିବେ । ଏନେଇ ସୂଚନା ଦେଇଛନ୍ତି ସୁପରହିଟ୍‌ ଫିଲ୍ମ ପୁଷ୍ପାର ନିର୍ମାତା ରବି ଶଙ୍କର । ସାଉଥ୍‌ ଫିଲ୍ମ ରବିନହୁଡ୍‌ରେ ୱାର୍ଣ୍ଣର ଅଭିନୟ କରିବେ ବୋଲି ପୁଷ୍ପା ଫିଲ୍ମର ନିର୍ମାତା ରବି ଶଙ୍କର କହିଛନ୍ତି । ଫିଲ୍ମରେ ୱାର୍ଣ୍ଣର ଏକ କ୍ୟାମିଓ ରୋଲ୍‌ କରିବେ ବୋଲି ଶୁଣିବାକୁ ମିଳୁଛି । ସାଉଥ୍‌ ଫିଲ୍ମ ‘ରବିନହୁଡ୍‌’ ରେ ନିତିନ୍‌ ମୁଖ୍ୟ ଅଭିନେତା ଥିବା ବେଳେ ପୁଷ୍ପା ୨ ଦ ରୁଲ୍‌ ଫିଲ୍ମରେ କ୍ରେଜରେ ଥିବା ଅଭିନେତ୍ରୀ ଶ୍ରୀଲୀଲା ମୁଖ୍ୟ ଅଭିନେତ୍ରୀ ରହିଛନ୍ତି । ଫିଲ୍ମଟି ଏହି ମାସ ୨୮ ରେ ରିଲିଜ୍‌ ହେବ ବୋଲି ସୂଚନା ଦେଇଛନ୍ତି ରବି ଶଙ୍କର।

Related Articles

Back to top button
WP Twitter Auto Publish Powered By : XYZScripts.com