
ଭୋଗରାଇ: ଆରପାରିରେ ବରିଷ୍ଠ ବିଜେଡି ନେତା ଅନନ୍ତ ଦାସ । ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କର ପରଲୋକ ହୋଇଛି । ମୃତୁ୍ୟକୁ ନେଇ ପରିବାର ପକ୍ଷରୁ ଦିଆଯାଇଛି ସୂଚନା । ଭୋଗରାଇ ଆସନରୁ ବିଧାନସଭାକୁ ୪ ଥର ନିର୍ବାଚିତ ହୋଇ ଜନ ପ୍ରତିନିଧି ସାଜିଥିଲେ ଅନନ୍ତ । ୨୦୦୪ରୁ ୨୦୨୪ ପର୍ଯ୍ୟନ୍ତ ବିଧାନସଭାର ସଦସ୍ୟ ଭାବେ ହୋଇଥିଲେ ନିର୍ବାଚିତ । ତେବେ ମୃତୁ୍ୟ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । ତାଙ୍କ ପରଲୋକ ଖବର ଶୁଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶୋକ ବ୍ୟକ୍ତ କରିଛନ୍ତି ।