Breaking NewsFeaturedରାଜନୀତି

ପ୍ରିୟଙ୍କା ଗାନ୍ଧୀ ପାଇଁ ରୋଡମ୍ୟାପ ଦେଖାଇଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ରୋଚକ ହେବ ୨୦୨୪ ଲୋକସଭା ନିର୍ବାଚନ । ବିଜେପି ଓ ବିରୋଧୀ ମେଂଟ ମଧ୍ୟରେ ହେବ ଜୋରଦାର ଟକ୍କର । ଏନେଇ ବ୍ଲୁ-ପ୍ରିଂଟ ପ୍ରସ୍ତୁତ କଲେଣୀ ଉଭୟ ଶାସକ ଓ ବିରୋଧୀ ମେଂଟ ଆଇଏନଡିଆଏ । ଏହାରି ଭିତରେ ଶେଷ ହୋଇଛି ଆଇଏନଡିଆଏର ଚତୁର୍ଥ ବୈଠକ । ଯେଉଁଥିରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ମଲ୍ଲିକାର୍ଜୁନ ଖଡଗେଙ୍କୁ ପ୍ରୋଜେକ୍ଟ କରାଯାଇଥିବା କୁହାଯାଉଛି । ଏନେଇ ପ୍ରସ୍ତାବ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଅରବିନ୍ଦ କେଜ୍ରିୱାଲ । ସେହିପରି ମୋଦିଙ୍କୁ ବି କଡା ଟକ୍କର ଦେବା ପାଇଁ ଯୋଜନା କରିଛି ମେଂଟ । ଏହି କ୍ରମରେ ବାରଣାସୀ ଲୋକସଭା ଆସନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ଜଣେ ଟାଣୁଆ ନେତାଙ୍କୁ ମଇଦାନକୁ ଓହ୍ଲେଇବାକୁ ବିରୋଧୀ ମେଂଟ ପ୍ରସ୍ତୁତ ହେଉଥିବା ଜଣାପଡିଛି । ଏ ଦୃଷ୍ଟିରୁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ ପ୍ରାର୍ଥୀ କରିବାକୁ ପ୍ରସ୍ତାବ ଦେଇଛନ୍ତି ଟିଏମସି ମୁଖ୍ୟ ମମତା ବାନାର୍ଜୀ । ମଙ୍ଗଳବାର ଦିଲ୍ଲୀରେ ବସିଥିବା ଆଇଏନଡିଆଏ ମେଂଟର ଚତୁର୍ଥ ବୈଠକରେ ହୋକୁ ନେଇ ଚର୍ଚ୍ଚା କରାଯାଇଛି । ସେହିପରି ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଚଳିତ ଡିସେମ୍ବର ୩୧ସୁଦ୍ଧା ଆସନ ଭାଗବଂଟା ଚୂଡାନ୍ତ କରିବାକୁ ପ୍ରସ୍ତାବ ଦେଇଛନ୍ତି ଦିଦି ।

ତେବେ ଏଠାରେ କହିରଖୁଛୁ ଯେ ୨୦୧୯ ନିର୍ବାଚନ ବେଳେ ମଧ୍ୟ ବାରଣାସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ ପ୍ରିୟଙ୍କା ଗାନ୍ଧି ପ୍ରାର୍ଥୀ ହେବେ ବୋଲି ଶୁଣିବାକୁ ମିଳିଥିଲା । କିନ୍ତୁ ଶେଷରେ କଂଗ୍ରେସ ସେଠାରୁ ଅଜୟ ରାୟଙ୍କୁ ପ୍ରାର୍ଥୀ କରିଥିଲା । ତେବେ ବାରଣାସୀ ଆସନରୁ ମୋଦି ୨୦୧୪ ଓ ୨୦୧୯ରେ ନିର୍ବାଚନ ଲଢି ବିଜୟୀ ହୋଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com