Featuredଓଡ଼ିଶା

ଜୟା ହୋଟେଲରେ ଲାଗିଲା ୧୬୩ ଧାରା, ପ୍ରଶାସନର କଟକଣା ଜାରି

ପୁରୀ: ଜୟା ହୋଟେଲରେ ଲାଗିଲା ୧୬୩ ଧାରା । ମଟନ ନାଁରେ ଗୋ ମାଂସ ଖୁଆଇବା ପଡ଼ିଲା ମହଙ୍ଗା । ଏବେ ହୋଟେଲରେ ଝୁଲୁଛି ତାଲା । ହୋଟେଲକୁ ସିଲ କରିବା ସହ ଏବେ ଲାଗିଛି ଧାରା । ଏହା ସହ ହୋଟେଲ ଠାରୁ ୧ କିମି ଭିତରେ ମଧ୍ୟ ଲାଗିଛି କଟକଣା । ଏହି କଟକଣା ଲଗାଇଛି ସ୍ଥାନୀୟ ପ୍ରଶାସନ । ପୁରୀ ସାକ୍ଷୀଗୋପାଳର ବିବାଦୀୟ ଜୟା ଢ଼ାବା ନିକଟରେ ୧୬୩ ଧାରା ଜାରି କରିଛି ପ୍ରଶାସନ। ସାକ୍ଷୀଗୋପାଳ କଲେଜ ଛକଠାରୁ ୧ କିଲୋମିଟର ପରିଧି ପର୍ୟ୍ୟନ୍ତ ପ୍ରଶାସନ ୧୬୩ ଧାରା ଜାରି କରିଛି ।
୪ ଜଣରୁ ଅଧିକ ଲୋକେ ଏହି ଅଞ୍ଚଳରେ ଏକାଠି ହୋଇପାରିବେ ନାହିଁ। ସମ୍ପୂର୍ଣ୍ଣ ଅଞ୍ଚଳକୁ ପୋଲିସ ଘେରାବନ୍ଦୀ କରି ରଖିଛି। ହିନ୍ଦୁ ସେନା ଜୟା ଢ଼ାବା ସାମ୍ନାରେ ବିକ୍ଷୋଭ କରିବାକୁ ପୂର୍ବରୁ ଚେତାବନୀ ଦେଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com