
ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ଉପରାଷ୍ଟ୍ରପତି । ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଜଗଦୀପ ଧନକଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଛାତିରେ ଯନ୍ତ୍ରଣା, ନିଃଶ୍ବାସ ନେବାରେ ସମସ୍ୟା ଦେଖାଯିବାରୁ ତାଙ୍କୁ ଏମ୍ସର କ୍ରିଟିକାଲ କେୟାର ୟୁନିଟରେ ଭର୍ତ୍ତି କରାଯାଇଛି । ବିଳମ୍ବିତ ରାତିରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପହେବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ତେବେ ଦିଲ୍ଲୀ ଏମ୍ସ କାର୍ଡିଓଲୋଜି ମୁଖ୍ୟ ଡାକ୍ତର ରାଜୀବ ନାରାଙ୍ଗଙ୍କ ତତ୍ତ୍ବାବଧାନରେ ଧନକଡଙ୍କୁ ଚିକିତ୍ସାରେ ରଖାଯାଇଛି ।