ଜାତୀୟ

ବାଂଲାଦେଶ ଡେପୁଟୀ ହାଇ କମିଶନ ଆଗରେ ଗୁଳିକାଣ୍ଡ, ମହିଳାଙ୍କୁ ହତ୍ୟା ପରେ ପୋଲିସକର୍ମୀଙ୍କ ଆତ୍ମହତ୍ୟା

କୋଲକାତା: କୋଲକାତାରେ ବାଂଲାଦେଶ ଡେପୁଟୀ ହାଇ କମିଶନ ଆଗରେ ବଡ଼ ଧରଣର ଗୁଳିକାଣ୍ଡ ଘଟଣା ଘଟିଛି। ଜଣେ ପୋଲିସକର୍ମୀ ଏହି ଗୁଳିକାଣ୍ଡ ଘଟାଇଥିବା ଜଣାପଡିଛି। ପୋଲିସକର୍ମୀ ଜଣକ ୧୦ରୁ ୧୫ ରାଉଣ୍ଡ ଫାଏରିଂ କରିବା ପରେ ଆତ୍ମହତ୍ୟା କରିଥିବା ଜଣାପଡିଛି । ଏସଏଲଆର ରାଇଫଲରୁ ଆଖିବୁଜା ଗୁଳି ମାଡ କରି ଜଣେ ମହିଳାଙ୍କୁ ହତ୍ୟା କରିଥିବା ବେଳେ, ଗୁଳି ବାଜି ଜଣେ ବାଇକ ଚାଳକ ଆହତ ହୋଇଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

ଫାଏରିଂ ଖବର ପାଇ କୋଲକାତା ପୋଲିସ ଘଟଣାସ୍ଥଳରେ ପହଞ୍ଚ ପୂରା ଅଞ୍ଚଳକୁ ସିଲ୍ କରିଛି । ତେବେ ଫାଏରିଂ କରିଥିବା ପୋଲିସକର୍ମୀ ଆଜି ଶୁକ୍ରବାର ହିଁ ଡ୍ୟୁଟିରେ ଯୋଗ ଦେଇଥିବା ଜଣାପଡିଛି । ଘଟଣାସ୍ଥଳରେ ଉପସ୍ଥିତ ଲୋକଙ୍କ କହିବା କଥା ପ୍ରାୟ ୧୦ରୁ ୧୫ ରାଉଣ୍ଡ ଗୁଳି ଫୁଟି ଥିଲା । ଫଳରେ ରାସ୍ତାରେ ଯାଉଥିବା ଜଣେ ମହିଳାଙ୍କୁ ଗୁଳି ବାଜିଥିଲା ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ମହିଳା ଜଣଙ୍କ ବାଇକରେ ଯାଉଥିଲେ । ଏହି ଗୁଳି ମାଡରେ ବାଇକ ଚାଳକ ମଧ୍ୟ ଆହତ ହୋଇଛନ୍ତି । ତେବେ ଫାଏରିଂ ପରେ ପୋଲିସକର୍ମୀ ଜଣକ ନିଜକୁ ଗୁଳି ମାରି ଆତ୍ମହତ୍ୟା କରିଥିବା ଜଣାପଡିଛି।

ତେବେ ପୋଲିସକର୍ମୀ ଜଣଙ୍କ କିଏ ଥିଲେ ଏବଂ ଏହି ଘଟଣା ପଛରେ କଣ ଉଦ୍ଦେଶ୍ୟ ଥିଲା ତାହା ସ୍ପଷ୍ଟ ହୋଇନାହିଁ। ଏହାଛଡା ପୋଲିସକର୍ମୀଙ୍କ ଗୁଳିରେ ମୃତ ମହିଳାଙ୍କ ପରିଚୟ ମଧ୍ୟ ସ୍ପଷ୍ଟ ହୋଇପାରି ନାହିଁ।

Related Articles

Back to top button
WP Twitter Auto Publish Powered By : XYZScripts.com