ଜାତୀୟରାଜନୀତି

ମମତାଙ୍କ ପ୍ରସ୍ତାବରେ କଂଗ୍ରେସ ଖୁସ୍, କହିଲା- ବିଜେପିକୁ ହରାଇବା ପାଇଁ ଏହା ଜରୁରୀ

ନୂଆଦିଲ୍ଲୀ() ୨୦୨୪ରେ  ହେବାକୁ ଯାଉଛି ସାଧାରଣ ନିର୍ବାଚନ। ଏହା ପୂର୍ବରୁ ୨୦୨୨ରେ ପାଞ୍ଚ ରାଜ୍ୟର ନିର୍ବାଚନକୁ ସେମି ଫାଇନାଲ୍ ଭାବେ ବିବେଚନା କରାଯାଉଥିଲା। ଏଥିରେ ବିଜେପି ୪ ରାଜ୍ୟରେ ନିର୍ବାଚନ ଜିତି ସରକାର ଗଢିଛି। ତେଣୁ ବିରୋଧୀ ଦଳ ୨୦୨୪ରେ କେମିତି ବିଜେପିକୁ ମାତ୍ ଦେବେ ସେ ନେଇ ମାନସ ମନ୍ଥନ ଚଳାଇଛନ୍ତି। ତେବେ ବିରୋଧୀକୁ ଏକଜୁଟ୍ ରହିବା ଦରକାର ବୋଲି କହିଛନ୍ତି ଟିଏମସି ମୁଖ୍ୟ ମମତା ବାନାର୍ଜୀ।

ତୃଣମୂଳ କଂଗ୍ରେସର ସୁପ୍ରିମୋ ମମତା ବାନାର୍ଜୀଙ୍କ ପ୍ରସ୍ତାବକୁ ସ୍ଵାଗତ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା। ବିଜେପି ବିରୋଧରେ ସମସ୍ତ ବିରୋଧୀ ଦଳ ଏକଜୁଟ୍  ହେବା ଦରକାର ବୋଲି ଟିଏମସି ପ୍ରସ୍ତାବ ଦେଇଛି। ତେବେ କଂଗ୍ରେସ କହିଛି ଯେ, ଭବିଷ୍ୟତରେ ଏମିତି ଉଦ୍ୟମରେ କଂଗ୍ରେସକୁ କେନ୍ଦ୍ରରେ ରହି ଗୁରୁତ୍ଵପୂର୍ଣ୍ଣ ଭୂମିକା ନେବାକୁ ପଡିବ।

ତୃଣମୂଳ କଂଗ୍ରେସର ଅଧ୍ୟକ୍ଷ ମମତା ବାନାର୍ଜୀଙ୍କ ନିମନ୍ତ୍ରଣକୁ ସ୍ଵାଗତ କରି କଂଗ୍ରେସର ବରିଷ୍ଠ ନେତା ସଙ୍କେତ ଦେଇଛନ୍ତି ଯେ, କେବେ ବି ଏମିତି ମଞ୍ଚ ହେଲେ ସେଥିରେ କଂଗ୍ରେସ କେନ୍ଦ୍ରୀୟ ଭୂମିକା ନିର୍ବାହ କରିବ। କଂଗ୍ରେସ ନେତାଙ୍କୁ କହିବା କଥା ୧୩୭ ବର୍ଷର ପୁରୁଣା ଦଳ ମଧ୍ୟରେ ଛୋଟ ମୋଟ ମତଭେଦକୁ ଭୁଲି ଯିବା ଉଚିତ୍। କାରଣ ବିଜେପି ପରି ଶକ୍ତିକୁ ହରାଇବା ପାଇଁ ଏକଜୁଟ୍ ହେବା ଅତି ଆବଶ୍ୟକ।

ରାଜ୍ୟସଭାରେ  କଂଗ୍ରେସର ଉପନେତା ଆନନ୍ଦ ଶର୍ମା କହିଛନ୍ତି, ବିରୋଧୀ ଦଳଙ୍କର ଏକତା କଂଗ୍ରେସ ପାଇଁ ମଧ୍ୟ ଜରୁରୀ। କାରଣ ଅତୀତରେ କଂଗ୍ରେସ ମଧ୍ୟ ବିରୋଧୀ ଦଳଗୁଡିକୁ ଗୋଟିଏ ମଞ୍ଚରେ ଆଣିବାକୁ ଉଦ୍ୟମ କରିଛି। ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସକୁ ୧୯.୫୫ ପ୍ରତିଶତ ଭୋଟ୍ ମିଳିଥିଲା। ଯାହା ଆଞ୍ଚଳିକ ଦଳଗୁଡିକ ତୂଳନାରେ ଯଥେଷ୍ଟ ଅଧିକ।

ଏହି ନିର୍ବାଚନରେ କୌଣସ ବି ଆଞ୍ଚଳିକ ଦଳକୁ ଜାତୀୟସ୍ତରରେ ୫ ପ୍ରତିଶତ ଭୋଟ୍ ମିଳିନଥିଲା। ଏହା ପୂର୍ବରୁ ୨୦୧୪ରେ କଂଗ୍ରେସକୁ ୧୯.୩୧ ପ୍ରତିଶତ ଭୋଟ୍ ମିଳିଥିଲା ଯାହା ୨୦୧୯ ଲୋକସଭା ସମୟରେ କିଛିଟା ବୃଦ୍ଧି ଘଟିଛି। ରାଜସ୍ଥାନ ଓ ଛତିଶଗଡରେ କଂଗ୍ରେସ କ୍ଷମତାରେ ଥିବା ବେଳେ ଝାଡଖଣ୍ଡ, ତାମିଲନାଡୁ ଏବଂ ମହାରାଷ୍ଟ୍ରରେ ଦଳ ମେଣ୍ଟ ସରକାରରେ ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com