ଜାତୀୟରାଜନୀତି

ପଞ୍ଜାବ-ୟୁପି ନିର୍ବାଚନ: ପୋଲିଂ ବୁଥ୍ କୁ ଯିବା ବେଳେ ସୋନୁଙ୍କୁ ରୋକିଲେ ନିର୍ବାଚନ କମିଶନ, ଗାଡ଼ି ଜବତ

ଚଣ୍ଡିଗଡ଼: ରବିବାର ଦିନ ପଞ୍ଜାବରେ ବିଧାନସଭା ପାଇଁ ମତଦାନ ଆରମ୍ଭ ହୋଇଯାଇଛି । ସକାଳ ୮ ଟାରୁ ଆରମ୍ଭ ହୋଇଥିବା ମତଦାନ ଶାନ୍ତିପୂର୍ଣ୍ଣ ଭାବରେ ଚାଲିଛି । ନିର୍ବାଚନ ଆୟୋଗ ସମ୍ପୂର୍ଣ୍ଣ ସତର୍କ ଅଛନ୍ତି । ଏହା ଭିତରେ ମୋଗାରେ ନିର୍ବାଚନ ଆୟୋଗ ଅଭିନେତା ସୋନୁ ସୁଦଙ୍କ କାର ଜବତ କରିଛି ଏବଂ ପୋଲିଂ ବୁଥ୍ କୁ ଯିବା ସମୟରେ ତାଙ୍କୁ ଅଟକାଛି ।

ସୂଚନାନୁସାରେ, ସୋନୁ ସୁଦ ଗାଁକୁ ଯାଉଥିଲେ । ଏହା ଭିତରେ ନିର୍ବାଚନ ଆୟୋଗଙ୍କୁ ଅଭିଯୋଗ ଦିଆଯାଇଥିଲା ଯେ, କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ସେଲିବ୍ରିଟିଙ୍କୁ ଦେଖି ଲୋକମାନେ ପ୍ରଭାବିତ ହୋଇପାରନ୍ତି। ଏହା ପରେ ନିର୍ବାଚନ ଆୟୋଗ ସୋନୁ ସୁଦଙ୍କ ଗାଡି ଜବତ କରିଛନ୍ତି । ସୋନୁ ସୁଦଙ୍କ ଭଉଣୀ ମାଲଭିକା ସୁଦ କଂଗ୍ରେସ ଟିକେଟରେ ମୋଗାରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏଥିସହିତ ପଟିଆଲାର ବାବୁ ସିଂ କଲୋନୀରେ ଅକାଳୀ ଏବଂ କଂଗ୍ରେସ କର୍ମୀମାନେ ଗଣ୍ଡଗୋଳ କରିଥିବା ଖବର ସାମନାକୁ ଆସିଛି । ଏଥିରେ ଜଣେ ବ୍ୟକ୍ତି ଆହତ ହୋଇଥିବା ସୂଚନା ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com