Breaking NewsFeaturedରାଜନୀତି

ଓଡିଶା ବିଜେପି ସାଂସଦ ଟିମ୍ ହଠାତ୍ ଦିଲ୍ଲୀ ଗସ୍ତରେ କାହିଁକି, ଦେଖନ୍ତୁ ।

୩ରାଜ୍ୟ ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନରେ ବିଜେପିର ଚମକ୍ରାର ପ୍ରଦର୍ଶନ ପରେ ଉତ୍ସାହିତ ଓଡିଶା ବିଜେପି । ହିନ୍ଦୀ ବେଲ୍ଟରେ ପତିଆରା ବୃଦ୍ଧି ପରେ ଓଡିଶାକୁ ବି ଗେରୁଆମୟ କରିବା ଲକ୍ଷରେ ରହିଛି ଦଳ । ଏନେଇ ଏବେ ଠାରୁ କମର କଷିଲାଣି ଓଡିଶା ବିଜେପି । ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଥିବାରୁ ଏକଜୁଟ ହେଲେଣି ଦଳବଳ । ଏଥର ବି ଓଡିଶାରେ ମୋଦି ହାୱା ବୁହାଇବା ପାଇଁ କଲାଣି ଜୋରଦାର ପ୍ରୟାସ । ଏନେଇ ଓଡିଶା ବିଜେପି ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ଦିଲ୍ଲୀ ଯାଇଛି ଏକ ଟିମ । ଯେଉଁଥିରେ ବିଜେପିର ସାଂସଦ ମାନେ ସାମିଲ ଅଛନ୍ତି । ଏନେଇ କଣ କହୁଛନ୍ତି ଗୋଲଖ ମହାପାତ୍ର ଆସନ୍ତୁ ଶୁଣିବା ।

ସଂସଦର ଅଧିବେଶନ ପରିପ୍ରେକ୍ଷୀରେ ସାଂସଦମାନେ ଦିଲ୍ଲୀ ଯାଇଥିବା ଶ୍ରୀ ମହାପାତ୍ର କହୁଥିଲେ ମଧ୍ୟ ସଂକେତ କିଛି ଅଲଗା ଦର୍ଶାଉଛି । କାହିଁକି ନା ଦଳର ରାଜ୍ୟ ସୁପ୍ରିମୋ ହେଲେ ମଧ୍ୟ ମନମୋହନ ସାମଲ ସାଂସଦ ତ ନୁହନ୍ତି । ତାଙ୍କର ହଠାତ ଦିଲ୍ଲୀ ଗସ୍ତ କାହିଁକି ବୋଲି ଚର୍ଚ୍ଚା ହେଉଛି । ଏପରିକି ଟିମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଯିବା ଚର୍ଚ୍ଚାକୁ ଆହୁରି ସରଗରମ କରୁଛି । ଯଦିଓ ବିଜେପି ପକ୍ଷରୁ କିଛି ସ୍ପଷ୍ଟ ସୂଚନା ଦିଆଯାଉନି, କିନ୍ତୁ ରାଜନୈତିକ ମହଲରେ କୁହାଯାଉଛି କି ବିଜେପିର ମହାବିଜୟ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ଆରମ୍ଭ କରି ଅଧ୍ୟକ୍ଷ ନଡା, ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଓଡିଶା ବିଜେପି ଜଣାଇବ ଅଭିନନ୍ଦନ । ଏଥିସହ କରିବ ବିଶେଷ ନିବେଦନ । ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ ଭଳି ଓଡିଶାକୁ ଟିକେ ଦେଖିବାକୁ ସେମାନେ ଅନୁରୋଧ କରିବେ । ଗୋଟିଏ ପଟେ ଆଂଚଳିକ ଦଳ ବିଜେଡି ଓଡିଶାରେ ଶାସନ କରୁଥିବା ବେଲେ ଦୀର୍ଘ ବର୍ଷ ଧରି ବିଜେପି ଓ କଂଗ୍ରେସ ଟକ୍କର ଦେବାରେ ସଫଳ ହୋଇପାରୁନାହନ୍ତି । ବରଂ ଏପରି ଚର୍ଚ୍ଚା ହେଉଛି ଯେ କେନ୍ଦ୍ରୀୟ ବିଜେପି ନେତାଙ୍କ ସହ ବିଜେଡିର ରହିଛି ଉତମ ସଂପର୍କ । ତେଣୁ ଆସନ୍ତା ନିର୍ବାଚନ ରାଜ୍ୟ ବିଜେପି ପାଇଂ ଖୁବ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । କଣ ରହିବ ସମୀକରଣ, କେମିତି ଚଳାଇବେ ଗୋଟି ନେତାଙ୍କୁ ଏ ଚିନ୍ତା ଘାରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com