Featuredଓଡ଼ିଶାରାଜନୀତି

ତାରାଙ୍କୁ ସମର୍ଥନ କଲା ବିଜେଡି; ବିସ୍ଫୋରକ ବୟାନ ଦେଲେ ବାହିନୀପତି

ଭୁବନେଶ୍ୱର: ତାରାଙ୍କୁ ସମର୍ଥନ କଲା ବିଜେଡି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନିଲମ୍ବନକୁ ବିରୋଧ କରିଛି ବିଜୁ ଜନତା ଦଳ । ସେପଟେ ଘଟଣାକୁ ନେଇ ତାରା ବାହିନୀପତି ବିସ୍ଫୋରକ ବୟାନ ଦେଇଛନ୍ତି । ସେ କହିଛନ୍ତି, ତାଙ୍କୁ ଜୀବନରୁ ମାରିଦେବାକୁ ଚେଷ୍ଟା କରାଯାଇଥିଲା। ଗୃହରେ ଯାହା ଘଟିଲା ଏହା ହେଉଛି ବିଜେପିର ଗଣତନ୍ତ୍ର ଓ ଓଡ଼ିଆ ଅସ୍ମିତା। ପବିତ୍ର ଗୃହରେ ମା ମାଉସୀ ନେଇ ଗାଳି କରିବା ଏହା ହେଉଛି ବିଜେପିର ଆଚାର ଉଚ୍ଚାରଣ। ଅନେକ ସମୟରେ ସେ ଗୃହରେ ଅନେକ ପ୍ରଶ୍ନ ପଚାରିଥିଲେ ଯାହା ତାଙ୍କୁ ବାଣ ଭଳିଆ ଭେଦିଥିଲା ବୋଲି କହିଛନ୍ତି ତାରା। ଜୟ ନାରାୟଣ ମିଶ୍ରଙ୍କୁ ମୁଁ ଉଚିତ୍ ଜବାବ ଦେଇ ପାରିଥାନ୍ତି କିନ୍ତୁ ଗଣତନ୍ତ୍ର ମନ୍ଦିରରେ କଂଗ୍ରେସ ଭୁଲି ନାହିଁ ଶାଳୀନତା। ତେବେ ଆଜି ଏସମ୍ପର୍କରେ କଂଗ୍ରେସ ଭବନରେ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ବୈଠକରେ ସମସ୍ତ ବିଧାୟକ ଓ ଦଳର ବରିଷ୍ଠ ନେତା ଯୋଗଦେବା କାର୍ୟ୍ୟକ୍ରମ ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com