Featuredଜାତୀୟବିଜ୍ଞାନ ଓ ପ୍ରଯୁକ୍ତି
ବୁଧବାର ପୃଥିବୀ ପୃଷ୍ଠରେ ଓହ୍ଲାଇବେ ସୁନିତା ୱିଲିୟମ୍ସ; ନାସା ପକ୍ଷରୁ ସୂଚନା ଜାରି

ନୂଆଦିଲ୍ଲୀ: ଆସନ୍ତା କାଲି ପୃଥିବୀକୁ ଫେରିବେ ସୁନିତା ୱିଲିୟମ୍ସ । ନାସା ପକ୍ଷରୁ ଦିଆଯାଇଛି ସୂଚନା । ସୁନିତା ୱିଲିୟମ୍ସଙ୍କସ ହ ସାଥି ବୁଚ ୱିଲ୍ମୋର ପୃଥିବୀ ପୃଷ୍ଠରେ ଓହ୍ଲାଇବେ । ନାସା ପକ୍ଷରୁ କରାଯାଇଛି ସମସ୍ତ ବ୍ୟବସ୍ଥା । ବୁଧବାର ଭାରତୀୟ ସମୟ ଅନୁସାରେ ଭୋର ୩ଟାରେ ମହକାଶଚାରୀ ପୃଥିବୀ ପୃଷ୍ଠରେ ଅବତରଣ କରିବେ । ମହାକାଶଚାରୀଙ୍କୁ ଫେରାଇ ଆଣିବା ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇଛି । ନାସାର କ୍ରୁ-୧୦ ସଦସ୍ୟମାନେ ରବିବାର ସକାଳେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ବା ଆଇଏସଏସରେ ସଫଳତାର ସହ ପହଞ୍ଚିଛନ୍ତି