Featuredଓଡ଼ିଶାରାଜନୀତି

ନବ ଦାସ ହତ୍ୟା ଘଟଣା; ସେମାନେ ନ୍ୟାୟ ଦେଇପାରିଲେନି, ଆମେ ଦେବୁ: ଆଇନମନ୍ତ୍ରୀ

ଭୁବନେଶ୍ୱର: ପୁଣି ଖୋଲିଲା ନବ ଦାସ ହତ୍ୟା ଘଟଣା । ଗୃହରେ ଉଠିଲା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା । ଉତ୍ତରରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସାନି ତଦନ୍ତ ହେବ ବୋଲି କହିଛନ୍ତି ହରିଚନ୍ଦନ । ନବ ଦାସ ହତ୍ୟାକାଣ୍ଡରେ ସେତେବେଳର ସରକାର ନ୍ୟାୟ ଦେଇ ପାରିନଥିଲେ । ଯେଉଁଭଳି ତଦନ୍ତ ହେବାର କଥା, ନ୍ୟାୟ ମିଳିବାର କଥା ସେମାନେ ଦେଇ ପାରିଲେନି । ତଦନ୍ତକୁ ନେଇ ନବଙ୍କ ତାଙ୍କ ପରିବାର ଅସହମତି ପ୍ରକାଶ କରିଥିଲେ । ଆମ ସରକାରକୁ ଲେଖିକି ଦେବା ପରେ ଆଜିଠାରୁ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ତାଙ୍କ ଘରେ କ୍ରାଇମବ୍ରାଞ୍ଚ ପହଞ୍ଚିଛି ଏବଂ ଷ୍ଟେଟମେଣ୍ଟ ରେକର୍ଡ କରିଛନ୍ତି ବୋଲି ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com